ଅପରାଧଓଡିଶା

ଦାଦା ବଟିକୁ ନେଇ ବସ୍ତିରେ ବୁଲିଲା ଖଣ୍ଡା

ଭୁବନେଶ୍ବର: ଦାଦା ବଟିକୁ ନେଇ ବସ୍ତିରେ ବୁଲିଲା ଖଣ୍ଡା । ଦିନ ଦି’ପହରେ ଖଣ୍ଡାରେ ମୁଣ୍ଡ ଓ ଗୋଡ଼କୁ ହାଣି ଲହୁଲୁହାଣ କଲେ ଦୁଇ ଭାଇ। ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି କରୁଣାକର ସ୍ବାଇଁଙ୍କ ପତ୍ନୀ ଦମୟନ୍ତୀ ସ୍ୱାଇଁ। ଛୋଟ ଘଟଣାକୁ କେନ୍ଦ୍ର କରି ୟୁନିଟ ୯ ମଙ୍ଗଳା ବସ୍ତିରେ ଅଭିଯୁକ୍ତ ନଣ୍ଡା ଓ କୁନା ଗତକାଲି ପ୍ରଥମେ କରୁଣାକର ସ୍ବାଇଁ ଘରେ ନଥିଲା ବେଳେ ତାଙ୍କ ପରିବାରକୁ ଗାଳିଗୁଲଜ କରି ମହିଳାଙ୍କୁ ଆକ୍ରମଣ କରିଥିଲେ। ବାହାରେ ଥିବା କରୁଣାକର ଫୁଲବେପାର ସାରି ଦୋକାନରୁ ଘରକୁ ଫେରୁଥିଲା ବେଳେ ଟାର୍ଗେଟ କରିଥିଲେ ଦୁଇ ଭାଇ।

ମଙ୍ଗଳା ବସ୍ତି ନିକଟରେ ଗତକାଲି ଅପରାହ୍ନ ୪ ଟା ସମୟରେ କରୁଣାକରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। କୌଶଳ କ୍ରମେ ଜୀବନ ବଞ୍ଚାଇ ଖସି ଯାଇଥିଲେ କରୁଣାକର। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକତ୍ସା କରାଇଥିଲେ। ଗତକାଲି କରୁଣାକରଙ୍କ ପରିବାରଙ୍କୁ ଧମକ ଓ ମାଡ଼ ନେଇ ଖରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଆଜି ଏଭଳି ଅତର୍କିତ ଆକ୍ରମଣକୁ ନେଇ ପୁନଃ ଅଭିଯୋଗ ହେଲା ପରେ ପୁଲିସ ମୋବାଇଲରେ କଏଦ ହୋଇଥିବା ତଥ୍ୟକୁ ଆଧାର କରି ତନାଘନା ଆରମ୍ଭ କରିଛି। ଅନ୍ୟପଟେ ଅଭିଯୁକ୍ତ ଦୁଇ ଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Related posts

ବଡ଼ ଘୋଷଣା : ପିଏମ୍ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାର ସହାୟତା

mahabharatanews

ଅସ୍ଥାୟୀ ଶିବିର କରି ଗାଡି ଯାଞ୍ଚ୍ କରୁଛି ପୁଲିସ

mahabharatanews

ଦୁର୍ଘଟଣାରେ ନାବାଳିକା ମୃତ, ରାସ୍ତା ଅବରୋଧ

mahabharatanews