ଗଛ ମୂଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା । ଅଙ୍ଗନୱାଡି କେନ୍ଦ୍ର ନଥିବାରୁ କୁନି କୁନି ପିଲାମାନେ ଗଛମୂଳେ ପାଠ ପଢ଼ୁଛନ୍ତି । ନୂଆଗାଁ ପଂଚାୟତ ଖଜୁରୀପଦା ଗ୍ରାମ ୨୧ ନଂ ଅଙ୍ଗନୱାଡି କେନ୍ଦ୍ର ଏଭଳି ଅବ୍ୟବସ୍ଥା ଭିତରେ ଚାଲିଛି ।
ଏହି ଅଙ୍ଗନୱାଡି କେନ୍ଦ୍ର ସହାୟିକା ଭରସାରେ ଚାଲିଛି ।
ଆଜିକୁ ଦୀର୍ଘ ୪ ବର୍ଷରୁ ଅଧିକ ଦିନ ହେବ ଅଙ୍ଗନୱାଡି କର୍ମୀ ପ୍ରତିଜ୍ଞା ରଥ ଡବଲ ମର୍ଡର ଘଟଣା ଠାରୁ ପରିବାର ସମେତ କୁଆଡେ ଫେରାର ଅଛନ୍ତି। ଆଜି ପର୍ଯ୍ୟନ୍ତ ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ଗୃହ ନାହିଁ, ମମତା ଯୋଜନାରେ ଗର୍ଭବତୀ ମହିଳା ଅର୍ଥରୁ ବଞ୍ଚିତ ରହୁଛନ୍ତି।
ଏହି ବିଷୟରେ ବାଙ୍କୀ ସିଡିପିଓ ରୂପାଲୀ ମିତ୍ରଙ୍କୁ ଲିଖିତ ଅଭିଯୋଗ ସତ୍ୱେ ସେ ତିଳେ ହେଲେ କର୍ଣ୍ଣପାତ କରୁ ନାହାଁନ୍ତି। ସିଡିପିଓ ଉତ୍ତର ଦେଉଛନ୍ତି କି ମୁଁ କିଛି କରି ପାରିବି ନାହିଁ। ଆଜିକୁ ସିଡିପିଓ ରୂପାଲୀ ମିତ୍ର ବାଙ୍କୀ ବ୍ଲକରେ ୫ ବର୍ଷରୁ ଅଧିକ ଦିନ ଧରି ରହି ଯିବା କାରଣରୁ ମନମୁଖୀ କାର୍ୟ୍ୟ କରୁଛନ୍ତି ବୋଲି କୁହାଯାଉଛି ।
ତେଣୁ ବାଙ୍କୀରୁ ସିଡିପିଓ ଙ୍କୁ ବଦଳି କରିବା ସହିତ ନୂତନ ଅଙ୍ଗନ ୱାର୍ଡ କର୍ମୀ ନିଯୁକ୍ତି ଦିଆଯିବାକୁ ସାଧାରଣରେ ଦାବୀ ହେଉଛି।
