Uncategorized

ଚାଲିଥିଲା ପ୍ରିମିୟର ଶୋ, ଦଳାଚକଟାରେ ଗଲା ଜୀବନ

ବଢୁଛି ପୁଷ୍ପା-୨ର କ୍ରେଜ୍ । ପ୍ରମିୟର ଶୋ ବେଳେ ଦଳାଚକଟା ହୋଇ ଚାଲିଗଲା ଜୀବନ । ବୁଧବାର ରାତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର, ଆରଟିସି କ୍ରସର, ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୁଷ୍ପା ୨ର ପ୍ରିମିୟର ସମୟରେ ଦୁଃଖଦ ଘଟଣା ଘଟିଛି। ପ୍ରିମିୟରର ସୋ ପାଇଁ ଏବଂ ଅଲ୍ଲୁ ଅର୍ଜୁନଙ୍କ ଝଲକ ଦେଖିବାକୁ ପ୍ରଶଂସକମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ଫଳରେ ପ୍ରବଳ ଭିଡ ଜମିଥିଲା । ତେବେ ଅଭିନେତା ଘଟଣାସ୍ଥଳରେ ପ୍ରବେଶ କରିବା ପରେ ଭଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡରେ ଜଣେ ମହିଳା ତଳେ ପଡ଼ି ଯାଇଥିଲେ ଆଉ ଦଳଚକଟାରେ ସେ ଗୁରୁତର ହୋଇ ପଡିଥିଲେ । ପରେ ମେଡିକାଲ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ରେବତୀ । ସେ ତାଙ୍କ ଦୁଇ ପୁଅଙ୍କ ସହିତ ଆସିଥିଲେ, ଆଉ ଏହି ଘଟଣାରେ ମହିଳାଙ୍କ ଜୀବନ ଯାଇଥିବା ବେଳେ ଦୁଇ ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ଥିଏଟରରେ ପୂର୍ବରୁ ପୋଲିସ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ ମଧ୍ୟ କରିଥିଲା। ତେବେ ମହିଳା ଏବଂ ତାଙ୍କ ପୁଅ ତଳେ ପଡ଼ି ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

Related posts

ବନ୍ଦ ହେବ ସିରିଏଲ ସଞ୍ଜିବନୀ-୨

mahabharatanews

ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

mahabharatanews

ଡିସେମ୍ବର ୩୧ରେ ଅବସର ନେବେ ଅଭୟ

mahabharatanews