ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ରାଗରେ ପାଚିଗଲେ ମହିଳା । ଆଉ ଦେଶୀ ମଦ ଆଡ୍ଡା ଉପରେ କଲେ ଅତର୍କିତ ଚଢ଼ାଉ। ମଦ ବୋତଲ ଭାଙ୍ଗିବା ସହ କରାଇଲେ ଉଠବସ୍ । ଦେଖି ଥରହର ହେଲେ ନିଶାଡି ।
ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ ଅଞ୍ଚଳରେ ଘଟିଛି କିଛି ଏଭଳି ଘଟଣା, ଯାହା ନିଶାଡିଙ୍କୁ ସାବାଡ କରିଦେଇଛି । ମଦ ଯୋଗୁଁ ଘରେଘରେ ଘରୋଇ ହିଂସା ବଢ଼ିବା ସହ ପରିବାରରେ ଅଶାନ୍ତି ହେଉଥିବା ଅଭିଯୋଗ କରିଛନ୍ତି ମହିଳା । ତେଣୁ ଉତ୍ତ୍ୟକ୍ତ ହୋଇ ମହିଳାମାନେ ଏହି ମଦ ଆଡ୍ଡା ଭିତରେ ପଶି ଭଙ୍ଗାଭଙ୍ଗି କରିଛନ୍ତି । ଶିଶୁପାଳଗଡ ନାୟକ ସାହିରେ ମହିଳାମାନେ ଏକାଠି ହୋଇ ମଦ ଭାଟି ଓ ଆଡ୍ଡା ଉପରେ ଚଢ଼ାଉ କରିଛନ୍ତି ।ମଦ ବିକ୍ରି କରୁଥିବା ବ୍ୟକ୍ତିକୁ ଘେରାଉ କରି ଉଠ ବସ୍ କରାଇବା ସହ ମଦ ବୋତଲ ଭାଙ୍ଗି ମଦ ପ୍ରସ୍ତୁତକାରୀ ସାମଗ୍ରୀ ନଷ୍ଟ କରିଛନ୍ତି ।
previous post
next post
