Uncategorized

ସିଲ୍‌ ହେଲା ଦିଲ୍ଳୀର ୧୩ଟି କୋଚିଂ ‌ସେଣ୍ଟର୍‌

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଦିଲ୍ଲୀର ଆଇଏଏସ୍ କୋଚିଂ ସେଣ୍ଟରର ବେସମେଣ୍ଟରେ । ପାଣି ପଶିଯାଇ ୩ ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୁଡରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ । ନିୟମ ଉଲ୍ଲଂଘନ କରୁଥିବା ୧୩ କୋଚିଂ ସେଣ୍ଟରକୁ ସିଲ୍ କରିଛି ଏମସିଡି ।
ନାଗରିକ ସଂଗଠନର ଏକ ଟିମ୍ ରବିବାର ଦିନ ଏହି ଅଞ୍ଚଳର ଅନେକ କୋଚିଂ ସେଣ୍ଟରରେ ସର୍ଚ୍ଚ କରିଥିଲେ ଏବଂ ବେସମେଣ୍ଟରେ ଚାଲିଥିବା ଅନୁଷ୍ଠାନଗୁଡିକୁ ସିଲ୍ କରାଯାଇଛି । ଗଉଊ ଅଧିକାରୀମାନେ ରାଜେନ୍ଦ୍ର ନାଗର ଅଞ୍ଚଳରେ ଚାଲୁଥିବା ଅନେକ କୋଚିଂ ସେଣ୍ଟରେ ରବିବାର ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ସୂଚନା ଦେଇ ମେୟର ଶୈଲି ଓବରୟ କହିଛନ୍ତି, ନିୟମ ଉଲ୍ଲଙ୍ଘନ କରି ବେସ୍ମେଣ୍ଟରେ ଚାଲିଥିବା ରାଜେନ୍ଦ୍ର ନାଗରର ସମସ୍ତ କୋଚିଂ ସେଣ୍ଟରକୁ ସିଲ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଆବଶ୍ୟକ ପଡେ ତେବେ ଏହି ଅଭିଯାନ ସମଗ୍ର ଦିଲ୍ଲୀରେ ଚାଲିବ।
ସୂଚନା ଅନୁସାରେ ଦିନକ ପୂର୍ବରୁ ପ୍ରବଳ ବର୍ଷା ହେବା ପରେ ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶି ଯାଇଥିଲା । ତଳ ମହଲା ଲାଇବ୍ରେରୀ ଥିବାରୁ ଏଠାରେ ୩୦ରୁ ୩୫ ଜଣ ଛାତ୍ରୀଛାତ୍ର ପଢ଼ୁଥିଲେ । ଏହି ସମୟରେ ନିକଟରେ ଯାଇଥିବା ଡ୍ରେନର ପାଣି ପ୍ରବଳ ବେଗରେ ମାଡ଼ିଆସିଥିଲା । ସଙ୍ଗେ ସଙ୍ଗେ ପାଣି ବେଞ୍ଚ ଉପର ଯାଏଁ ଚାଲି ଆସିବାରୁ ଛାତ୍ରୀଛାତ୍ରମାନେ ବେଞ୍ଚ ଉପରକୁ ଚଢ଼ି ଯାଇଥିଲେ ।
ହେଲେ ଦୁର୍ଭାଗ୍ୟବଶତଃ ୩ ଜଣ ସେହି ପାଣିରେ ବୁଡ଼ି ଯାଇଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜଣେ ସେମାନଙ୍କ ମୃତ୍ୟୁ ଘଟିଥିଲା। ମୃତକ ମାନେ ହେଲେ ତେଲେଙ୍ଗାନାର ତାନିଆ ସୋନି (୨୫), ଉତ୍ତରପ୍ରଦେଶର ଶ୍ରେୟା ଯାଦବ (୨୫) ଏବଂ କେରଳର ନବୀନ ଡେଲଭିନ୍ (୨୮)।

Related posts

ପୁଲିସ ଏନକାଉଣ୍ଟରରେ ବିକାଶ ଦୁବେ ନିହତ

mahabharatanews

ଅଣ୍ଡର ଉୟର ପିନ୍ଧି ବିଧାୟକଙ୍କ ଦାଦାଗିରି

mahabharatanews

ଏହି ନାମର ବ୍ୟକ୍ତିଙ୍କୁ ମିଳି ନଥାଏ ପ୍ରକୃତ ପ୍ରେମ

mahabharatanews