ଓଡିଶା

ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ

ବାସୁଦେବପୁର : କୁନି କୁନି ପିଲାଙ୍କ ଜୀବନ ସହ ଖେଳ । ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି ।

ଗତକାଲି ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ଥାଳିରୁ ଏକ ବଡ଼ ପୋକ ବାହାରିଥିଲା। ଏହା ଦେଖି ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ ଜଣାଇଥିଲେ। ଘଟଣା ସଂପର୍କରେ ପ୍ରାଧନ ଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସ୍ଥାନୀୟ କାଉନସିଲରଙ୍କୁ ଅବଗତ କରାଇଥିଲେ। ଏଥିସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳରେ ପହଞ୍ଚି ଜଣାଇଥିଲେ।

ଦାମୋଦର ଜିୟୁ ନାମକ ସଂସ୍ଥା ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି। ଏହି ସଂସ୍ଥା ନିମ୍ନମାନର ଖାଦ୍ୟ ଦେଉଥିବା ବାରମ୍ବାର ଅଭିଯୋଗ ହୋଇଆସିଛି। ଏହି ସଂସ୍ଥା ପିଲାମାନଙ୍କୁ ବାସି ଖାଦ୍ୟ ଦେବା ସହ ପଚା ପନିପରିବାରେ ଖାଦ୍ୟ ପ୍ରସ୍ତୁତ କରି ଦେଉଥିବା ଅଭିଯୋଗ ହୋଇଛି ।

Related posts

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ :୭୪୧ ପଜିଟିଭ୍ ଚିହ୍ନଟ

mahabharatanews

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

mahabharatanews

ନକ୍ସଲଙ୍କ ବର୍ବର କାଣ୍ଡ : ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

mahabharatanews