ଓଡିଶାଦୁର୍ଘଟଣା

୩ କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଖଲ୍ଲିକୋଟ: ୩ କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଡିମିରିଆ ଗାଁ ଛକରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଟ୍ରକ୍ ଚଢ଼ି ଯିବାରୁ ୨ ଜଣ କାଉଡ଼ିଆଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।  ଦୁଇ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ୩ ଜଣଙ୍କ ଉପରେ ଗାଡ଼ି ଚଢ଼ିଯିବା ପରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ତେବେ ଡ୍ରାଇଭରଙ୍କର କିଛି ହୋଇନାହିଁ। ଡ୍ରାଇଭରଙ୍କୁ ପୁଲିସ ଅଟକ ରଖିବା ସହିତ ଟ୍ରକ୍‌ଟିକୁ ଜବତ କରିଛି। ଟ୍ରକ୍‌ଟି ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିଲା।

Related posts

ଟ୍ରାନ୍ସଫର୍ମର ପୋଡି ୪ ଗୁରୁତର

mahabharatanews

ପୁରୀରେ ଆନ୍ତର୍ଜାତୀୟ ବେଳାଭୁମୀ ସଫେଇ ଦିବସ ଅନୁଷ୍ଠିତ

mahabharatanews

ଡାକ୍ତର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

mahabharatanews