ଅପରାଧଭାରତ

‘ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ’ : ବିବାଦୀୟ ବୟାନ ଦେଲେ ଡିଏମ୍‌କେ ନେତା

ଭଗବାନ ରାମଙ୍କୁ ନେଇ ପୁଣି ବିବାଦ ଆରମ୍ଭ । ତାମିଲନାଡ଼ୁର ସରକାରଙ୍କ ପରିବହନ ମନ୍ତ୍ରୀ ଏସ୍. ଏସ୍. ଶିବଶଙ୍କର ପ୍ରଭୁ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଅରିୟାଲୁରରେ ଚୋଳ ବଂଶର ଶାସକ ରାଜେନ୍ଦ୍ର ଚୋଳଙ୍କ ଜୟନ୍ତୀ ଅବସରରେ ସେ ଏକ ସଭାକୁ ସମ୍ବୋଧନ ଭଗବାନ ରାମଙ୍କ ଅସ୍ତିତ୍ୱକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଶିବଶଙ୍କର କହିଛନ୍ତି, ”ତାମିଲନାଡ଼ୁର ଜନସାଧାରଣଙ୍କୁ ମହାନ ଶାସକ ରାଜେନ୍ଦ୍ର ଚୋଳଙ୍କ ଜୟନ୍ତୀ ଧୁମଧାମରେ ପାଳନ କରିବା ଉଚିତ। ତାଙ୍କ ପାଇଁ ଆମ ମାଟି ଗୌରବାନ୍ବିତ ହୋଇଛି। ଏହାର ଅନେକ ପ୍ରମାଣ ମଧ୍ୟ ରହିଛି। ରାଜେନ୍ଦ୍ର ଚୋଳଙ୍କ ଦ୍ୱାରା ନିର୍ମିତ ହୋଇଥିବା ବିଭିନ୍ନ ମନ୍ଦିର ଓ ପୁଷ୍କରିଣୀ ରହିଛି। ସେହିପରି ବିଭିନ୍ନ ମୃର୍ତ୍ତି, କଳାକୃତି ଓ ଲିପିଗୁଡ଼ିକରେ ତାଙ୍କ ନାମ ଉଲ୍ଲେଖ ହୋଇ ରହିଛି।

ଅନ୍ୟପକ୍ଷରେ ରାମଙ୍କ ଅସ୍ତିତ୍ୱ ଥିବା ନେଇ କୌଣସି ପ୍ରମାଣ କିମ୍ବା ଐତିହାସିକ ରେକର୍ଡ ନାହିଁ। ରାମଙ୍କୁ ନେଇ ଆମ ଇତିହାସକୁ ଲୁଚାଇବା ସହ ଅନ୍ୟ ଇତିହାସକୁ ଶ୍ରେଷ୍ଠ ଦର୍ଶାଇବା ପାଇଁ ପ୍ରୟାସ ହେଉଛି।“ତେବେ ଶିବଶଙ୍କରଙ୍କ ବୟାନକୁ ତାମିଲନାଡ଼ୁ ବିଜେପି ସଭାପତି କେ. ଆନ୍ନା ମଲାଇ ନିନ୍ଦା କରିଛନ୍ତି । ହିନ୍ଦୁ ଏବଂ ହିନ୍ଦୁ ଦେବତାଙ୍କୁ ଅପମାନ କରିବା ଡିଏମ୍କେର ପ୍ରାଥମିକ ନୀତିରେ ପରିଣତ ହୋଇଥିବା ସେ କହିଛନ୍ତି । ସମସ୍ତ ହିନ୍ଦୁ ସମୁଦାୟକୁ ଶିବଶଙ୍କର କ୍ଷମା ମାଗନ୍ତୁ ବୋଲି ତାମିଲନାଡ଼ୁ ବିଜେପି ଦାବି କରିଛି।

Related posts

ପାଶୀ ଲଗାଇ ପ୍ରାଧ୍ୟାପକ ଦମ୍ପତିଙ୍କ ଆତ୍ମହତ୍ୟା

mahabharatanews

ମଣିପୁରରେ ସ୍ଥିତି ଜଟିଳ; ସଟ୍‌ଡାଉନ୍‌ ଘୋଷଣା 

mahabharatanews

ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟିତ

mahabharatanews