ଓଡିଶା

କେନ୍ଦୁଝର ସଦର ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : ପୁଣି ଗାଁକୁ ପଶିଲେ ହାତୀପଲ । କେନ୍ଦୁଝର ସଦର ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ। ପଳାଶପଙ୍ଗା ସେକ୍ସନର କଣ୍ଡରାପଶି ଗାଁକୁ ପୁଣି ଫେରିଛନ୍ତି ହାତୀ ପଲ। କିଛି ଦିନ ହେବ ହାତୀପଲ ଚମ୍ପୁଆ ରେଞ୍ଜରେ ଉପଦ୍ରବ କରୁଥିଲେ । ଏବେ ପୁଣି ଗାଁକୁ ଫେରିବା ପରେ ସ୍ଥାନୀୟ ଲୋକେ ଆତଙ୍କରେ ଦିନ କାଟୁଛନ୍ତି ।

ଏକର ଏକର ଜମିରେ ଲାଗିଥିବା ଧାନ ଫସଲ ସହ ପରିବା ଚାଷ ମଧ୍ୟ ନଷ୍ଟ କରିଦେଉଛନ୍ତି ହାତୀ ପଲ । ବିଭିନ୍ନ ଗାଁରେ ଘର ଭାଙ୍ଗିବା ସହ ଲୋକଙ୍କ ଘରୁ ଧାନଚାଉଳ ଖାଇଯାଉଛନ୍ତି । ସାରା ରାତି ଲୋକଙ୍କୁ ନାକେଦମ କରୁଛନ୍ତି ହାତୀ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବାବେଳେ ବନ ବିଭାଗ ହାତୀଙ୍କ ଉପରେ ନଜର ରଖିଛି । ହାତୀପଲ କିଭଲି ଗାଁ ମୁହାଁ ହେବେନି ସେନେଇ ବନ ବିଭାଗର ସ୍କ୍ବାଡ୍ ନଜର ରଖିଛି ।

Related posts

ବାହାରିଲେ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ

mahabharatanews

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ପଞ୍ଚମ ବାର୍ଷିକ ଉତ୍ସବ

mahabharatanews

ବାଲି ବୋଝେଇ ଟ୍ରକ ଧକ୍କାରେ ମହିଳା ମୃତ

mahabharatanews