ଭାରତ

ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟ୍‌କା।  ଏଲ୍ଡରମ୍ୟାନ୍ ନିଯୁକ୍ତି ମାମଲାରେ କେଜ୍ରିୱାଲ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ୧୦ ଜଣ ଏଲ୍ଡରମ୍ୟାନଙ୍କୁ ମନୋନୀତ କରିବା ପାଇଁ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ , ଦିଲ୍ଲୀର ଉପରାଜ୍ୟପାଳ ସ୍ୱାଧୀନ ଭାବେ ଏମସିଡିରେ ୧୦ ଜଣ ଏଲ୍ଡରମ୍ୟାନଙ୍କୁ ମନୋନୀତ କରିପାରିବେ। ଏଥିପାଇଁ ତାଙ୍କୁ ଦିଲ୍ଲୀ ସରକାରଙ୍କ ମନ୍ତ୍ରିମଣ୍ଡଳର ପରାମର୍ଶର ଆବଶ୍ୟକତା ନାହିଁ।

ଏଲ୍‌ଜିଙ୍କ ଦ୍ୱାରା ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲା। ଏଲଜି ମନଇଚ୍ଛା ସେମାନଙ୍କ ବିନା ପରାମର୍ଶରେ କାଉନସିଲରଙ୍କୁ ନିଯୁକ୍ତି କରିଥିବା ଦିଲ୍ଲୀ ସରକାର ଅଭିଯୋଗ କରିଥିଲେ। ଏହି ନିଯୁକ୍ତିକୁ ବାତିଲ କରାଯିବା ଉଚିତ୍ ବୋଲି ଆପ୍‌ ଦାବି କରିଥିଲା।

ଏହି ମାମଲାର ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଏଲ୍‌ଜିଙ୍କ ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ସଠିକ୍‌ ବୋଲି ଦର୍ଶାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, MCDରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର ଏଲ୍‌ଜିଙ୍କ ପାଖରେ ରହିଛି। ଏଥିପାଇଁ ଦିଲ୍ଲୀ ସରକାରଙ୍କ ସହମତି ଆବଶ୍ୟକ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସରକାରଙ୍କ ପରାମର୍ଶ ବିନା MCDରେ ୧୦ ଜଣ ମନୋନୀତ କାଉନସିଲର ନିଯୁକ୍ତ କରିପାରିବେ। ନିର୍ବାଚିତ ସରକାରଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟପାଳ କାମ କରିବା ଆବଶ୍ୟକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related posts

ଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ

mahabharatanews

ବର୍ଷା ବିପର୍ଯ୍ୟୟ : ହିମାଚଳପ୍ରଦେଶରେ ନଷ୍ଟ ହୋଇଗଲା ୧୨୪ଟି ରାସ୍ତା  

mahabharatanews

ଟନେଲରେ ୪୧ ଶ୍ରମିକ ; ସମ୍ବଲପୁରରୁ ଗଲା ଅତ୍ୟାଧୁନିକ ମେସିନ

mahabharatanews