ବିଶ୍ୱ

ଜଳୁଛି ବାଂଲାଦେଶ; ଭାରତ ସୀମାରେ ହାଇଆଲର୍ଟ

ହିଂସାର ନିଆଁରେ ଜଳୁଛି ବାଂଲାଦେଶ । ସେଠାରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସୀମା ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ୍କୁ ସତର୍କତା ଜାରି କରାଯାଇଛି। ବାଂଲାଦେଶ ସଂଲଗ୍ନ ୪୦୯୬ କିମି ସୀମାରେ ମୁତୟନ ଥିବା ବିଏସଏଫ୍ ୟୁନିଟ୍ଗୁଡିକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।

ପ୍ରତିଟି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ରୋକିବାକୁ ବିଏସଏଫ୍କୁ ନିର୍ଦେଶ ଦିଆଯାଇଛି। ପାଟ୍ରୋଲିଂକୁ କଡାକଡି କରିଛି ଆସାମ। ବିଏସଏଫ୍ର କାର୍ଯ୍ୟକାରୀ ମହାନିର୍ଦେଶକ ଦଲଜିତ୍ ସିଂହ ଚୌଧାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୋମବାର କଲକାତାରେ ପହଞ୍ଚି ସୀମା ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ସହିତ ସେନା ହେଲିକପ୍ଟର ସୀମାନ୍ତ ଉପରେ ନଜର ରଖିଛି।

ସେପଟେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଶେଖ ହସିନା ଦେଶ ଛାଡ଼ିବାରୁ ଏବେ ବାଂଲାଦେଶରେ ଲାଗୁ ହୋଇଛି ସେନା ଶାସନ। ଦେଶର ସେନା ମୁଖ୍ୟ ଜେନେରାଲ ୱାକେର ଉଜ ଜମାନ ବାଂଲାଦେଶର ଶାସନ ଭାର ନିଜ ହାତକୁ ନେଇଛନ୍ତି।

ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଜେନେରାଲ ଜମାନ କହିବା ପରେ ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ ବିଭିନ୍ନ ରାଜନୀତିକ ଦଳର ନେତାଙ୍କୁ ଭେଟି ଦେଶର ଆଇନ ଶୃଙ୍ଖଳାର ସବୁ ଦାୟିତ୍ୱ ଏବେ ଠାରୁ ତାଙ୍କର ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କର ଏପରି ଘୋଷଣା ପରେ ଦେଶରେ ବିଧିବଦ୍ଧ ଭାବେ ସାମରିକ ଶାସନ ଆରମ୍ଭ ହୋଇଛି।

Related posts

ଆଜି ବିଶ୍ୱ ହସ୍ତୀ ଦିବସ

mahabharatanews

ପ୍ରେମ ପାଇଁ ବର୍ଡର ପାର

mahabharatanews

ଆମେରିକାର ଗୁଳିକାଣ୍ଡରେ ୨୨ ମୃତ ,୬୦ ଆହତ  

mahabharatanews