ଅପରାଧଓଡିଶା

ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କୁ ନୂଆ ଜୀବନ ଦେଲା ଝିଅ

ମାଲକାନଗିରି: କଥାରେ ଅଛି ଦୁହିତା ଦୁଇ କୁଳକୁ ହିତା । ସାମାଜିକ ଚାଲିଚଲଣି ଓ ପରମ୍ପରାକୁ ନେଇ ସେ ଆଗକୁ ବଢିଥାଏ ଜ୍ଝ ସମାଜରୁ କିଛି ଶିଖିଥାଏ ଓ କିଛି ଶିଖାଇ ଥାଏ । ଆବଶ୍ୟକ ପଡ଼ିଲେ ପରିବାର ପାଇଁ ରାଣୀ ଲକ୍ଷ୍ମୀବାଇ ସାଜିପାରେ । ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପରୁ ଜିଲ୍ଲାର ଝରାଗାଁରେ। ବାପାଙ୍କ ଜୀବନ ପାଇଁ ମୃତ୍ୟୁ ଆଗରେ ଢାଲ ହୋଇ ଠିଆ ହେଲା ଝିଅ । ନିଜ ଜୀବନକୁ ପାଣି ଛଡ଼ାଇ ବାପାର ଜୀବନ ପାଇଁ ଲଢ଼ିଲା ।

ସୋମବାର ରାତିରେ ୪ଟି ବାଇକ୍ରେ ୮ଜଣ ମାଓବାଦୀ ଗାଁରେ ପହଞ୍ଚି ସମୋଧର କୋରାମ୍ ନାମକ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ଏହି ସମୟରେ ଝିଅ ସୁଶିଳା କିନ୍ତୁ ନକ୍ସଲଙ୍କୁ ଗାଁରୁ ଚକମା ଦେଇ ଫେରାଇ ଦେଇଥିଲା। କିନ୍ତୁ ପୁଣି ଯେତେବେଳେ ସୁଶୀଳା ନିଜ ଘରର ତାଲା ପକାଉଥିଲା। ସେହି ସମୟରେ ବାପା ବାହାରେ ଛିଡ଼ା ହୋଇଥିଲେ। ନକ୍ସଲ ପୁଣି ପହଞ୍ଚି ବାପାଙ୍କ ଉପରେ ଆକ୍ରମଣ କରିଥିଲେ। ଏକ କୋଦାଳରେ ବାପା ଭୀମାଙ୍କ ଉପରେ ନକ୍ସଲ ଆକ୍ରମଣ କରିଥିଲେ। ଭୀମା ତଳେ ପଡ଼ିଯିବା ପରେ ପୁଣି ତାଂକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ସୁଶୀଳା ବାପାଙ୍କୁ ରକ୍ଷା କରିବା ପାଇଁ ଆଗେଇ ଆସିଥିଲେ।

ସୁଶୀଳା ମାଓବାଦୀମାନେ ଧରିଥିବା ଧାରୁଆ ଅସ୍ତ୍ରକୁ ଛଡାଇ ବାପାଙ୍କୁ ଛାଡ଼ିବା ପାଇଁ ଧମକ ଦେଇ ଲଢ଼ିବା ପାଇଁ ପ୍ରସ୍ତୁତ ହେବା ସହ ଚିତ୍କାର କରିଥିଲେ। ଝିଅର ପାଟିଶୁଣି ଗ୍ରାମବାସୀ ପହଞ୍ଚିବା ଦେଖି ମାଓବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏହା ଭିତରେ ସମୋଧର ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଝିଅର ସାହସିକତା ଯୋଗୁ ବାପାଙ୍କ ଜୀବନ ବଞ୍ଚିଯାଇଛି।

Related posts

ସୁରୁଖୁରୁରେ ନୀତିକାନ୍ତି ସମ୍ପନ୍ନ: ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ତିନି ରଥ

mahabharatanews

ଶବ କାନ୍ଧେଇ ମାନବିକତାର ପରିଚୟ ଦେଲେ ପୋଲିସ କର୍ମଚାରୀ

mahabharatanews

ପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ

mahabharatanews