ଓଡିଶା

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର: ଆଜି ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ। ନୂତନ ସରକାରର ଚତୁର୍ଥ କ୍ୟାବିନେଟ୍ ବୈଠକ । ଆଜି  ଦିନ ୧୧ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏସଓପି ଏବଂ ସୁଭଦ୍ରା ରୂପରେଖ ଉପରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରୁଛି। ଏଥିସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ବିଶେଷ କରି, ଏହି ବୈଠକରେ  ଆୟୁଷ୍ମାନ୍ ଯୋଜନା ସହିତ ବଜେଟ୍ ରେ ପ୍ରସ୍ତାବିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା , ପାନୀୟ ଜଳ ଯୋଗାଣ ପାଇଁ ଧାର୍ଯ୍ୟ ଅବଧି ଓ ଅର୍ଥ ଆବଣ୍ଟନ ସହିତ ଏବେ ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଭଳି ପ୍ରସଙ୍ଗରେ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

Related posts

ତଦନ୍ତ ସରିବା ଯାଏଁ ବାହାନଗା ଷ୍ଟେସନରେ ରହିବନି କୌଣସି ଟ୍ରେନ

mahabharatanews

୨ ହାତୀଙ୍କ ମୃତ୍ୟୁ, ବନବିଭାଗ ଉପରେ ପ୍ରଶ୍ନବାଚୀ   

mahabharatanews

ଓଡିଶା ଆସିଛନ୍ତି ନିର୍ବାଚନ ଆୟୋଗଙ୍କ ଟିମ୍

mahabharatanews