bharat

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ୧୪ ମୃତ

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା । ହିମାଚଳ ପ୍ରଦେଶର ଶ୍ରୀଖଣ୍ଡ ନିକଟରେ ଜୁଲାଇ ୭ ର ରାତିରେ ସମେଜ ଏବଂ ବାଗି ବ୍ରିଜ ନିକଟରେ ବାଦଲ ଫଟା ବର୍ଷା କାରଣରୁ ୪୫ ଜଣ ଲୋକ ପାଣିରେ ଭାସି ଯାଇଥିଲେ। ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଯାବତ ୧୦ ଜଣ ନିଖୋଜ ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏନଡିଆରଏଫର ୧୪ ତମ ବାଟାଲିୟନର କମାଣ୍ଡାଣ୍ଟ ବଲଜିନ୍ଦର ସିଂ କହିଛନ୍ତି, ଉଦ୍ଧାର କାର୍ୟ୍ୟରେ ଯେପରି ବିଳମ୍ବ ନହୁଏ ସେଥିପାଇଁ ଚଳିତ ବର୍ଷ ହିମାଚଳ ପ୍ରଦେଶକୁ ଏନଡିଆରଏଫ ଦଳ ପଠାଯାଇଛି ।

ସମ୍ବାଦ ଏଜେନ୍ସିକୁ ସୂଚନା ଦେଇ ବାଟାଲିୟନର କମାଣ୍ଡାଣ୍ଟ କହିଛନ୍ତି, “ଚଳିତ ବର୍ଷ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ନହେବା ପାଇଁ ହିମାଚଳ ପ୍ରଦେଶର ଦୁର୍ଗମ ଅଞ୍ଚଳକୁ ଏନଡିଆରଏଫ ଦଳ ପଠାଯାଇଛି। ସମେଜରେ ବାଦଲ ଫଟା ବର୍ଷା ହୋଇଥିଲା, ଏହା ଏକ ବଡ ବିପର୍ଯ୍ୟୟ।” ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଅଗଷ୍ଟ ୮ ତାରିଖ ସକାଳେ ୧୪ ଟି ମୃତଦେହ ଉଦ୍ଧାର କରାଯାଇଛି।

ଏହାପୂର୍ବରୁ ଅଗଷ୍ଟ ୭ରେ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଇଏମଡି ସୂଚନା ଦେଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଯୋଗୀନ୍ଦର ନଗରରେ ସର୍ବାଧିକ ୧୧୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଗକୁ ଆହୁରି ପ୍ରବଳ ବର୍ଷା ସମ୍ଭାବନା ଥିବା ଯୋଗୁ ବିଭିନ୍ନ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Related posts

ବିସିସିଆଇ ବଢାଇବ ବୁମରାଙ୍କ ଦରମା ।

mahabharatanews

ରାଗିଂର ଛାତିଥରା ଚିତ୍ର, ଜୁନିୟରଙ୍କୁ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ଭାଇରାଲ

mahabharatanews

୫ଶହ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର !

mahabharatanews