bharat

‘ଗୁଡ୍ ମର୍ଣ୍ଣିଂ’ ବଦଳରେ ପିଲା କହିବେ ‘ଜୟ ହିନ୍ଦ’,ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଚଣ୍ଡିଗଡ଼ : ସ୍କୁଲରେ ‘ଗୁଡ୍ ମର୍ଣ୍ଣିଂ’ ବଦଳରେ ପିଲା କହିବେ ‘ଜୟ ହିନ୍ଦ’ । ଏନେଇ ସରକାର ଏକ ଚିଠି ଜାରି କରି ସମସ୍ତ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି ହରିଆଣା ସରକାର।

ରାଜ୍ୟର ସମସ୍ତ ଜିଲା ଏବଂ ବ୍ଲକସ୍ତରୀୟ ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ ପ୍ରିନ୍ସିପାଲ ତଥା ପ୍ରଧାନ ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ଶିକ୍ଷା ବିଭାଗ ପକ୍ଷରୁ ଜାରି କରା ଯାଇଥିବା ଚିଠିରେ କୁହାଯାଇଛି ଯେ, ସ୍ୱାଧୀନତା ସଂଗ୍ରାମ ସମୟରେ ସୁଭାଷ ଚନ୍ଦ୍ର ବୋଷ ‘ଜୟ ହିନ୍ଦ’ ସ୍ଲୋଗାନ ଦେଇଥିଲେ। ସ୍ୱାଧୀନତା ପରେ ସଶସ୍ତ୍ର ବାହିନୀ ଏହାକୁ ସାଲ୍ୟୁଟ ଭାବେ ଗ୍ରହଣ କରିଛନ୍ତି।

ଦେଶ ସ୍ବାଧୀନ ହେବା ପରେ ଏହି ସ୍ଲୋଗାନକୁ ସଶସ୍ତ୍ର ବଳ ଅଭିବାଦନ ପାଇଁ ଗ୍ରହଣ କରିଥିଲା। ଏହା ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ବଜାୟ ରଖିବାକୁ ପ୍ରତିପାଦିତ କରିଥାଏ। ଜୟହିନ୍ଦ୍‌ କହିବା ଦ୍ୱାରା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶୃଙ୍ଖଳା ଓ ଏକତା ବଢ଼ିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Related posts

ସଡକ ଦୁର୍ଘଟଣାରେ ପୀଡିତ ପାଇବେ ନଗଦବିହୀନ ଚିକିତ୍ସା: ନିତିନ ଗଡକରୀ

mahabharatanews

ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲେ ପୁରସ୍କାର ମିଳିଲା ୩ ଜଣଙ୍କୁ

mahabharatanews

ଭାରତ ପାଇଁ ଅଡୁଆ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ, ସମୁଦ୍ର ପଥରେ ହାଇଆଲର୍ଟ

mahabharatanews