ଓଡିଶାବିଶେଷ

କାହିଁକି ଆଜି ପର୍ଯ୍ୟନ୍ତ ନୂଆ ବଜେଟ୍ ଖର୍ଚ୍ଚ ହୋଇ ନାହିଁ ? ଉତ୍ତର ଦେଲେ ଆଇନ ମନ୍ତ୍ରୀ

ବ୍ୟୁରୋ : ଆର୍ଥିକ ଅନୁଦାନ କାହିଁକି ଖର୍ଚ୍ଚ ହୋଇ ନାହିଁ । ଏ ପ୍ରଶ୍ନ ବିଜେଡି ବିଧାୟକ ରମେଶ ବେହେରା ପଚାରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖୁଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ, ନିର୍ବାଚନ ଯୋଗୁଁ ଖର୍ଚ୍ଚ ହୋଇ ପାରିଲା ନାହିଁ । ଯାହାକୁ ନେଇ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଆପତ୍ତି ଉଠାଇଲେ । ସେ କହିଲେ, ନିର୍ବାଚନ ପରେ ନୂଆ ସରକାର ବଜେଟ ଆଣିଲେ। ଯଦି ଏବେ ଖର୍ଚ୍ଚ କରି ପାରିଲେ ନାହିଁ, ମାର୍ଚ୍ଚ ସୁଦ୍ଧା କଣ ଖର୍ଚ୍ଚ କରିବେ । କେବଳ ଓଡ଼ିଆ ଅସ୍ମିତା କହିଲେ ହେବନାହିଁ । ଆଇନ ମନ୍ତ୍ରୀ ଉତ୍ତରରେ କହିଲେ ଯେଉଁଭଳି ପ୍ରକ୍ରିୟା ବର୍ତ୍ତମାନ ଚାଲିଛି ଆମେ ଆଶାବାଦୀ ୧୦୦ ପ୍ରତିଶତ ଖର୍ଚ୍ଚ ହେବ ।

Related posts

୫୩୦ ହେକ୍ଟର ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

mahabharatanews

ସ୍କୁଲ ମରାମତିକୁ ନେଇ ଉତ୍ତେଜନା

mahabharatanews

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

mahabharatanews