ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ୟ୍ୟକ୍ଷମ ନାହିଁ । ପୂର୍ବରୁ ରାଜ୍ୟରେ ୭ ଟି ସୂତାକଳ ଥିବା ବେଳେ ବର୍ତ୍ତମାନ ସେ ସବୁ ବନ୍ଦ ହୋଇ ପଡ଼ିଛି । ରାଜ୍ୟର ସମସ୍ତ ସୂତାକଳ ବର୍ତ୍ତମାନ ଅଚଳାବସ୍ଥା ରେ ପଡ଼ି ରହିଥିବାରୁ ଶ୍ରମିକ ମାନେ କାର୍ୟ୍ୟରତ ନାହାନ୍ତି । ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ଜଣ ହସ୍ତତନ୍ତ ବୁଣାକାର ଓ ୪ ହଜାର ୬୨୪ ଜଣ କଳତନ୍ତ ବୁଣାକାର ଅଛନ୍ତି । ଅଚଳାବସ୍ଥା ରେ ଥିବା ସୂତାକଳ ଗୁଡିକରେ ଘରୋଇ କରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ବିଦେଶୀ ପୁଞ୍ଜିପତି ମାନଙ୍କୁ ନିମନ୍ତ୍ରଣ କରିବା ସହ ପୁନରୁଦ୍ଧାର କରିବା ପାଇଁ କେତେ ଅର୍ଥ ର ଆବଶ୍ୟକ ଅଛି ତାହାର ଆକଳନ କରାଯାଇ ନାହିଁ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
next post
