ଖେଳ

ଡୋପ ଟେଷ୍ଟରେ ବିଫଳ ହେବା ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସାମୟିକ ନିଲମ୍ବିତ କରାଯାଇଛି

ନୂଆଦିଲ୍ଲୀ-: ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡା ଏବେ ସାମୟିକ ଭାବେ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସାମୟିକ ନିଲମ୍ବିତ ହୋଇଛନ୍ତି ।  ରବାଡା ନିଜେ ଏହି ସୂଚନା ଦେଇ ପ୍ରଶଂସକ ଏବଂ ନିଜ ଟିମ୍ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ କ୍ରିକେଟ ଖେଳିବା ମୋ ଜୀବନର ସବୁଠୁ ବଡ଼ ଉପଲବ୍ଧି । ମୋ ଦୋଷ ପାଇଁ ମୁଁ ଲଜ୍ଜିତ । ଏବେ ମୁଁ ସାମୟିକ ବ୍ୟାନ୍ ଭୋଗୁଛି, ଖୁବ୍‌ଶୀଘ୍ର କ୍ରିକେଟ ପଡ଼ିଆକୁ ଫେରିବି ବୋଲି ଆଶା ଅଛି ।

ଗୁଜୁରାଟ ଟାଇଟାନ୍ସ ରାବାଡାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିଲା ଏବଂ ସେ ଏହି ସିଜନରେ କେବଳ ୨ଟି ମ୍ୟାଚ୍ ଖେଳିପାରିଥିଲେ। ଏହା ପରେ, ହଠାତ୍ ଏପ୍ରିଲ ୨ ତାରିଖରେ, ରାବାଡା ଆଇପିଏଲ ମଝିରେ ଛାଡି ଦେଶକୁ ଫେରି ଆସିଲେ। ସେତେବେଳେ କୁହାଗଲା ଯେ ସେ ବ୍ୟକ୍ତିଗତ କାରଣରୁ ଫେରି ଯାଇଥିଲେ । କିନ୍ତୁ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ସ ଆସୋସିଏଶନ (ଏସ୍‌ଏସିଏ) ଜରିଆରେ ଏକ ବିବୃତି ଜାରି କରି କୁହାଯାଇଥିଲାକି ରାବାଡା ଜାନୁଆରୀ-ଫେବୃଆରୀରେ ଖେଳାଯାଇଥିବା ଏସଏ୨୦ ଲିଗ୍ ସମୟରେ ଏକ ଔଷଧ ବ୍ୟବହାର କରିଥିଲେ, ଔଷଧ ବ୍ୟବହାର ଯୋଗୁ ତାଙ୍କ ଡୋପ ନମୁନାରେ ନିଷିଦ୍ଧ ଔଷଧ ଠାବ ହୋଇଛି । ତେଣୁ ତାଙ୍କୁ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ସାମୟିକ ନିଲମ୍ବିତ କରାଯାଇଛି ।

Related posts

ହାତ ନାହିଁ; ସ୍ୱର୍ଣ୍ଣ ପଦକରେ ଛାଇ ହୋଇଛନ୍ତି ଏହି ଖେଳାଳୀ

mahabharatanews

ଘୋଷଣା ହେଲା ବିଜୁ କ୍ରୀଡା ଯୋଜନା

mahabharatanews

ସଭାପତି ଭାବେ ଦାୟିତ୍ୱ ନେବେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews