ଅପରାଧଓଡିଶା

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

ଭୁବନେଶ୍ୱର:- ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଏହି ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ। ବିଏମସି ଅଫିସ ସମେତ ବଡ଼ଗଡ଼ ବ୍ରିଟ୍ କଲୋନୀରେ ଥିବା ତିନିମହଲା ଘର, ବାଲିଅନ୍ତା ଫାର୍ମହାଉସ, ରାୟଗଡ଼ା ଗୁଣୁପୁରରେ ଥିବା ପୈତୃକ ଘରେ ଏକକାଳୀନ ରେଡ୍ କରାଯାଇଛି। ଭିଜିଲାନ୍ସର ୬ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ପ୍ରମୂଖ ଏହି ଚଢାଉରେ ସାମିଲ ରହିଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଆଜି ସକାଳୁ ସକାଳୁ ଚାଢାଉ କରାଯାଇଥିଲା।

Related posts

ଉଗ୍ରତରା ସରକାରୀ ଉ.ପ୍ରା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

mahabharatanews

ହାଇକୋର୍ଟଙ୍କ ନିର୍ଦେଶ ମୁତାବକ୨୦୧୩ ପଲିସି ଅନୁଯାୟୀ ଲୋକଙ୍କୁ ମିଳିବ କ୍ଷତିପୂରଣ : ସୂଚନା ଦେଲେ ବିସ୍ଥାପନ ମଞ୍ଚ ସଭାପତି

mahabharatanews

ଆଜିଠୁ ବଜେଟ୍ ଅଧିବେଶନ, ସରକାରଙ୍କୁ ଟାର୍ଗେଟ କରିବାକୁ ବିଜେଡି ପ୍ରସ୍ତୁତ

mahabharatanews