ଅପରାଧଓଡିଶା

ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଲେ ଦୁର୍ବୁତ୍ତ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା କୁଟୁଣିଆ ପଞ୍ଚାୟତ ଅନ୍ତର୍ଗତ ସୋନାଖାନ ଗ୍ରାମରେ ଏକ ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ସୁନା ଗହଣା ଚୋରି କରି ନେଲେ  ଦୁର୍ବୁତ୍ତ । ସୋନାଖାନା ଗ୍ରାମର ବାସିନ୍ଦା ଅବସର ପ୍ରାତ ସେନା କର୍ମଚାରୀ ସୀମନ କୁଜୁର ପତ୍ନୀଙ୍କ ସହ ରବିବାର ଅପରାହ୍ନ ପ୍ରାୟ ଅଢ଼େଇଟା ସମରେ ଘରେ ତାଲା ପକାଇ ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୯ ଟା ସମୟରେ ଘରେ ପହଞ୍ଚି ସେ ଦେଖିଲେ ଘରର ପଛପଟ ଝରକାର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶି ଆଲମାରିରେ ରଖାଯାଇଥିବା ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି କରି ନେଇଛନ୍ତି। ଏ ନେଇ ସେ ରାଜଗାଙ୍ଗପୁର ଥାନାକୁ ସୂଚନା ଦେବା ପରେ ରାଜଗାଙ୍ଗପୁର ଥାନା ଅଧିକାରୀ  ବିଜୟ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Related posts

ବଡ଼ଚଣା: ଗାନ୍ଧୀ ସ୍ମୃତି ପୀଠ ଉଦଘାଟିତ

mahabharatanews

ବାତ୍ୟାର ସ୍ଥିତି ଅନୁଧ୍ୟାନ କଲେ ୫ ଟି ସଚିବ ଓ ମୁଖ୍ୟ ଶାସନ ସଚିବ

mahabharatanews

ପୁଲିସ- ଜନତା ଖଣ୍ଡ ଯୁଦ୍ଧ

mahabharatanews