ଓଡିଶାପାଣିପାଗ

ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହିତ ବଢୁଛି ଶୀତ

ଭୁବନେଶ୍ୱର:- ରାଜ୍ୟରେ ବଢୁଛି ଶୀତ । ଫୁଲବାଣୀର ଜନବସତି ଅଞ୍ଚଳ ଓ କନ୍ଧମାଳ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି । ଫୁଲବାଣୀରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁରୂପ ଭାବେ ଭୁବନେଶ୍ୱର ଏବଂ କଟକରେ ପାରଦ ହ୍ରାସ ପାଇଛି । ଉଭୟ ସହରରେ ରାତି ତାପମାତ୍ରା ୧୯ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।

ଆଗାମୀ ୨ରୁ ୩ ଦିନ ମଧ୍ୟରେ ସାଧାରଣ ତାପମାତ୍ରାଠୁ ୨ରୁ ୩ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି ଫଳସ୍ୱରୂପ ଅଧିକ ଥଣ୍ଡା ପଡିବ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ସମ୍ଭାବନା ରହିଛି ।

Related posts

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଆଜି ପବିତ୍ର ସ୍ୱନକ୍ଷତ୍ର ଦିବସ

mahabharatanews

ଏବେ ରୁପା ଦର ହୁ ହୁ ହୋଇ ବଢ଼ୁଛି

mahabharatanews

ହରିଣକୁ ପିଟିପିଟି ମାରିଦେଲେ ଗ୍ରାମବାସୀ , ଅସୁରକ୍ଷିତରେ ଶିମିଳିପାଳ ହରିଣ

mahabharatanews