ଦୁର୍ଘଟଣାଭାରତ

ଦିଲ୍ଲୀ ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)କୁ ହସ୍ତାନ୍ତର

ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)କୁ ହସ୍ତାନ୍ତର କରାଯାଇଛି । ବିସ୍ଫୋରଣ ମାମଲାରେ ଯାଞ୍ଚ କରିବା ବେଳେ ପ୍ରତି ଘଣ୍ଟାରେ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିଛି । ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)କୁ ହସ୍ତାନ୍ତର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶର ସୁରକ୍ଷା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମାମଲା ହୋଇଥିବାରୁ ଏହାର ଗଭୀର ତଦନ୍ତ ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । NIA ଏବେ ଏହି ମାମଲାର ସମସ୍ତ ଦିଗକୁ ଅନୁସନ୍ଧାନ କରିବ । ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଡ. ସାଜିଦ ଅହମ୍ମଦ ଏବଂ ଉମର । ସାଜିଦ ଦୁଇଦିନ ତଳେ ବିବାହ କରିଥିଲେ । ଆଉ ଏହି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ସାଜିଦ । ସାଜିଦ ଫରିବାବାଦର ଅଲଫଲା ୟୁନିଭରସିଟିରେ ସିନିଅର ରେଜିଡେଣ୍ଟ ଭାବେ କାମ କରୁଥିଲେ । ସେହିପରି ଉମର କାର୍ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଡାକ୍ତର ଉମର ମଧ୍ୟ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲା । ଅନ୍ୟପକ୍ଷରେ, ଦିଲ୍ଲୀ ବିସ୍ଫୋରଣ ଘଟଣାର ତାରକୁ ନେଇ ଜମ୍ମୁ-କାଶ୍ମୀରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଶ୍ରୀନଗରରୁ ଜଣେ ପରେ ଜଣେ ଆତଙ୍କୀ ଡାକ୍ତରଙ୍କୁ ଗିରଫ କରାଯାଉଥିବା ସୂଚନା ମିଳିଛି । ଏମାନେ ସୀମାପାରି ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି ଏବଂ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସେମାନଙ୍କର କିଛି ଭୂମିକା ଅଛି କି ନାହିଁ, ତାହା ଉପରେ NIA ନଜର ରଖିଛି । ଡାକ୍ତରମାନେ ଗୋପନୀୟ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପରେ ସହାୟତା କରୁଥିବା ଅଭିଯୋଗ ରହିଛି ।

         

ସେପଟେ ଷଡଯନ୍ତ୍ରର ଡାକ୍ତର ଉମରର ମାଙ୍କ ଡିଏନଏ ନମୁନା ସଂଗ୍ରହ କରାଯାଇଛି । ଉମରଙ୍କ ମ୍ତଦେହକୁ ଚିହ୍ନିବା ପାଇଁ ଜମ୍ମୁ କଶ୍ମୀର ପୋଲିସ ଦିଲ୍ଲୀ ପୋଲିସକୁ ନମୁନା ହସ୍ତାନ୍ତର କରିଛି । ବିସ୍ଫୋରଣ ଘଟିଥିବା ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇ ତାହାକୁ ଆଧାର କରି ଛାନଭିନ୍ ଜାରି ରହିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ବିସ୍ଫୋରଣକାରୀଙ୍କୁ ଚିହ୍ନଟ କରିବା ଏବଂ ଧରିବା ପାଇଁ ଅହରହ ପ୍ରୟାସ କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି । କେନ୍ଦ୍ର ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି । NIAକୁ ଏହି ମାମଲାର ଦାୟିତ୍ୱ ଦିଆଯିବା ପରେ ଘଟଣାର ସତ୍ୟାସତ୍ୟ ଖୁବଶୀଘ୍ର ପଦାକୁ ଆସିବ ବୋଲି ଆଶା କରାଯାଉଛି । ସୁରକ୍ଷା ଏଜେନ୍ସିଗୁଡ଼ିକର ଏହି ମିଳିତ ପ୍ରୟାସ ଆତଙ୍କବାଦୀଙ୍କ ମନୋବଳକୁ ଭାଙ୍ଗିବ ବୋଲି ଆଶା କରାଯାଉଛି ।

Related posts

ଓଡିଶାରୁ କେନ୍ଦ୍ର ଉଠାଇବ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ , ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

mahabharatanews

ବିଜେପିର ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ

mahabharatanews

ହଠାତ କଳାମୟ ହୋଇଗଲା ଆପାର୍ଟମେଣ୍ଟ ବିଲ୍ଡିଂ

mahabharatanews