ଓଡିଶାରାଜନୀତି

ଭୋଟ୍ ଗଣତିର ୨୧ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ

ଓଡ଼ିଶାରେ ବିଧାନସଭା ନିର୍ବାଚନ ପରାଜୟ ପରେ ପ୍ରଥମ ଉପନିର୍ବାଚନରେ ବିଜେଡି ହାରିବା ଅଭିମୁଖେ ଗତି କରୁଛି। ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଜୟ ଢୋଲକିଆ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି, ଯାହା ପରେ ଦଳ ଶିବିରରେ ଉତ୍ସାହ ଦେଖାଦେଇଛି। ବିଧାନସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ପୁଣି ଥରେ ଉପନିର୍ବାଚନରେ ଦଳର ଏହି ଅଗ୍ରଣୀ ଓଡ଼ିଶା ରାଜନୀତିରେ ଦଳର କ୍ରମବର୍ଦ୍ଧିଷ୍ଣୁ ଶକ୍ତିକୁ ଦର୍ଶାଉଛି। ତେବେ ବାପାଙ୍କୁ ପଛରେ ପକାଇଲେ ପୁଅ । ରାଜେନ୍ଦ୍ର ଢୋଲକିଆଙ୍କୁ ଟପିଲେ ଜୟ ଢୋଲକିଆ । ଗତ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ୍ ପାଇଥିଲେ । ହେଲେ ଉପ ନିର୍ବାଚନରେ କିନ୍ତୁ ତାଙ୍କ ପୁଅ ଜୟ ଢୋଲକିଆ ବାପାଙ୍କୁ ଟପି ମାତ୍ର ୨୧ ରାଉଣ୍ଡ ସୁଦ୍ଧା ୧ ଲକ୍ଷ ରୁ ଅଧିକ ଭୋଟ୍ ପାଇସାରିଲେଣି ।

ଭୋଟ୍ ଗଣତିର ୨୧ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ ଅଛନ୍ତି।

ଭୋଟ୍ ସଂଖ୍ୟା:

ଜୟ ଢ଼ୋଲକିଆ (ବିଜେପି): ୧୦,୩୦୩୮  ଭୋଟ୍

ସ୍ନେହାଙ୍ଗିନୀ ଛୁରିଆ (ବିଜେଡି): ୩୨,୦୫୨ ଭୋଟ୍

ଘାସିରାମ ମାଝୀ (କଂଗ୍ରେସ): ୩୩,୮୫୮  ଭୋଟ୍

Related posts

ଅଜଣା ଗାଡିକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୨ ଗୁରତର

mahabharatanews

ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ଆର୍ସେଲର-ମିତ୍ତଲ

mahabharatanews

ଆଜି ରତ୍ନବେଦୀକୁ ବିଜେ କରିବେ ତିନି ଠାକୁର

mahabharatanews