ଖେଳଦେଶ ବିଦେଶ

ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ କରିଛି ଭାରତ

ଜସପ୍ରିତ ବୁମରାହଙ୍କ ଘାତକ ବୋଲିଂ ଫଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ୍ କରିଛି। ପ୍ରଥମ ଇନିଂସରେ ଭାରତ ପକ୍ଷରୁ ବୁମରାହ ପାଞ୍ଚଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକା ର  ବ୍ୟାଟିଂ ଅର୍ଡର ଧ୍ବଂଶ କରିଥିଲେ। ପ୍ରଥମ ଦିନର ତୃତୀୟ ଅଧିବେଶନରେ ଭାରତ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ଶୀଘ୍ର ଶେଷ କରିଥିଲା। ଭାରତ ଏବେ ପ୍ରଥମ ଇନିଂସରେ ଅଗ୍ରଣୀ ନେବାକୁ ଲକ୍ଷ୍ୟ ରଖିବ। ବୁମରାହଙ୍କ ବ୍ୟତୀତ ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଯେତେବେଳେ କି ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିଲେ।

ତେବେ ଏହା ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର। ପୂର୍ବରୁ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର ୨୨୨ ଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଡେନ୍ ମାର୍କରାମ ସର୍ବାଧିକ ୩୧ ରନ୍ କରିଥିବା ବେଳେ ୱାଇଆନ୍ ମୁଲଡର ୨୪, ଟୋନି ଡି ଜିଓର୍ଗି ୨୪, ରିଆନ୍ ରିକେଲଟନ୍ ୨୩, କାଇଲ୍ ଭେରେନ୍ ୧୬, ସାଇମନ୍ ହାର୍ମର ୫, ଟେମ୍ବା ବାଭୁମା ୩ ଏବଂ କର୍ବିନ୍ ବୋଶ୍ ୩ ରନ୍ କରିଥିଲେ। ଟ୍ରିଷ୍ଟାନ୍ ଷ୍ଟବ୍ସ ୧୫ ରନ୍ କରି ଅପରାଜିତ ରହିଥିଲେ।

India vs South Africa LIVE Score: Jasprit Bumrah's 5/27 bundles South Africa  for 159 in first innings | Mint

Related posts

ଟି-୨୦ ବିଶ୍ୱକପ ଲାଗି ଆରମ୍ଭ ହେଲା କାଉନଡାଉନ

mahabharatanews

୬-୧ ଗୋଲରେ ଓଡିଶା ପୁଲିସକୁ ପରାସ୍ତ କଲା ଓଡିଶା କ୍ରୀଡା ଛାତ୍ରାବାସ

mahabharatanews

ଈଶାନ କିଶନଙ୍କ କମାଲ

mahabharatanews