ଓଡିଶା

ଅନୁଗୁଳର ନାଲକୋ ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନ

ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କର ସଠିକ ଲାଲନପାଳନ, ଶିକ୍ଷା ଓ ସୁଖମୟ ଶୈଶବ ହେଉଛି ଏକ ସୁନ୍ଦର ସମାଜ ଗଠନର ଆଧାର। ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଭାରତରେ ଶିଶୁ ଦିବସ ପାଳନ କରାଯାଏ। ଏହି ଦିନଟି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିବସ, ଯେଉଁଥିରେ ସେ ଶିଶୁମାନଙ୍କୁ ବିଶେଷ ଭାବରେ ଭଲ ପାଉଥିଲେ। ବିଦ୍ୟାଳୟରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରାଙ୍କନ ପ୍ରତିଯୋଗିତା, ଖେଳକୁଦ, ନୃତ୍ୟଗୀତ, ଭାଷଣ ଇତ୍ୟାଦି ଆୟୋଜନ କରାଯାଇଥିଲା। କୃତୀ ପ୍ରତିଯୋଗୀକୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶିଶୁ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କ ଅଧିକାର, ଶିକ୍ଷା, ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢ଼େଇବା। ଆମେ ସେମାନଙ୍କୁ ସ୍ନେହ, ଆଦର ଓ ସୁଯୋଗ ଦେଲେ ସେମାନେ ଦେଶକୁ ଆଲୋକମୟ ଭବିଷ୍ୟତ ଦେଇପାରିବେ। ଏହିପରି ସେ, ଶିଶୁ ଦିବସ କେବଳ ଉତ୍ସବ ନୁହେଁ, ଏହା ହେଉଛି ଶିଶୁମାନଙ୍କ ପାଇଁ ଆମ ଦାୟିତ୍ୱ ଓ ପ୍ରତିବଦ୍ଧତାକୁ ମନେପକାଇବାର ଦିନ।

Related posts

ଶିଳ୍ପିମାନଙ୍କ କୂଳଦେବତାଙ୍କ ଆଜି ପୂଜା

mahabharatanews

ମଦ ପାଇଁ ସାମାଜିକ ଦୂରତା ଭୁଲିଗଲେ ଗ୍ରାହକ

mahabharatanews

ଜମି ପାଇଁ ଭାଇ-ଭାଇ ହଣାହଣି

mahabharatanews