ଓଡିଶା

ଡ୍ରଗ୍ସ ଅପରାଧକୁ ନେଇ ଏକ ସଚେତନତା ସାଇକ୍ଲୋଥନ୍ ରାଲି ଅନୁଷ୍ଠିତ

ପାରାଦୀପ ତଥା କୁଜଙ୍ଗ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ୍ବାଦା ପରିବାର ତରଫରୁ  ଡ୍ରଗ୍ସ ଅପରାଧକୁ ନେଇ ଏକ ସଚେତନତା ସାଇକ୍ଲୋଥନ୍ ରାଲି ଅନୁଷ୍ଠିତ । ଆଜି ସକାଳୁ ଭୂତମୁଣ୍ଡାଇ ବଜାର ନିକଟରୁ ଏକ ସାଇକେଲ  ରାଲି ଆରମ୍ଭ କରାଯାଇ ଥିଲା।  ଡ୍ରଗ୍ସ ମୁକ୍ତ, ଅପରାଧ ମୁକ୍ତ ଏବଂ ସସକ୍ତ ସୁସ୍ଥ ସମାଜ ଗଠନ ଲକ୍ଷ ରେ ଏହି ସଚେତନ ସାଇକେଲ ରାଲି ଭୂତମୁଣ୍ଡାଇ ବଜାର ଠାରୁ ବାହାରି ଭୂତମୁଣ୍ଡାଇ ଗ୍ରାମ ପରିକ୍ରମା କରି  ସିଙ୍ଗିଟାଳୀ, ପିପଳ ଓ ଚକ୍ରଧର ପୁର ଛକ ଦେଇ ପାରାଦୀପ  ଗଡ଼ ବଜାର ନିକଟ ରେ ପହଞ୍ଚି ଥିଲା। ଏହି ସଚେତନତା ରାଲିରେ କଲେଜ  ଛାତ୍ରଛାତ୍ରୀ ଙ୍କ ସମେତ ଓ୍ବାଦା ପରିବାର ର ସଦସ୍ୟ ମାନେ ଯୋଗଦେଇ ସ୍ଲୋଗାନ ମାଧ୍ୟମରେ ଅନୈତିକ ଡ୍ରଗ୍ସ ଠାରୁ ଦୂରେଇ ରହିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭ ରେ କୁଜଙ୍ଗ ୪ନଂ ଜୋନ୍ ଜିଲ୍ଲା ପରିଷଦ  କନକପ୍ରଭା ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇକ୍ଲୋଥନ୍ ସଚେତନତା ରାଲିକୁ ଉଦଘାଟନ କରିବା ସହିତ ନିଶା ଠାରୁ ସମସ୍ତେ ଦୂରେଇ ରହିବା ସହିତ ଅନ୍ୟ ମାନେ ନିଶାକୁ କିପରି ବାରଣ କରିବେ ଏନେଇ ସମସ୍ତେ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଓ୍ବାଦା ପରିବାର ର ସଂଯୋଜକ ଆଇନଜୀବୀ ଗତିକୃଷ୍ଣ୍ ଶତପଥୀ ଙ୍କ ସଂଯୋଜନାରେ ଏହି ‘ଅବୈଧ ଡ୍ରଗ୍ସ ମୁକ୍ତ ଅଭିଯାନ’ ଦୀର୍ଘ ୩ବର୍ଷ ହେବ ଜଗତସିଂହପୁର ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ କରାଯାଉଛି। ବିଶେଷ କରି ଆମ ଭବିଷ୍ୟତ ଯୁବପିଢି ଯେପରି ଡ୍ରଗ୍ସ କବଳଳରେ ପଡି ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ଏହି ଅଭିଯାନ କରାଯାଉଛି ବୋଲି କହିଛନ୍ତି ଓ୍ବାଦା ପରିବାର ର ସଂଯୋଜକ ଗତିକୃଷ୍ଣ୍ ଶତପଥୀ।

Related posts

 ୨୧ ସୁଦ୍ଧା ଲଘୁଚାପରେ ସମ୍ଭାବନା

mahabharatanews

ଓଡ଼ିଆ ଫିଲ୍ମ ରିଲିଜ ହେଲା : ଦୃଷ୍ଟିକୋଣ

mahabharatanews

ପୁରୁଣା କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

mahabharatanews