ଓଡିଶା

ଅନୁଗୋଳ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ

ଅନୁଗୋଳ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପ୍ରେସ କ୍ଲବ ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ପ୍ରେସ୍ ଦିବସ ପ୍ରତେକବର୍ଷ ୧୬ ନଭେମ୍ବରରେ ପାଳନ କରାଯାଏ। ୧୯୬୬ ମସିହାରେ “ପ୍ରେସ୍ କଉନସିଲ୍ ଅଫ୍ ଇଣ୍ଡିଆ” କାର୍ଯ୍ୟକ୍ଷମ ହେବାର ସ୍ମୃତିରେ ଏହି ଦିନଟି ପାଳନ ହୁଏ। ଏହା ଦେଶର ପ୍ରେସ୍ ସ୍ୱାଧୀନତା, ଦାୟିତ୍ୱ, ନୀତି ଓ ପତ୍ରକାରିତାର ମହତ୍ତ୍ୱକୁ ସ୍ମରଣ କରାଏ।ଫେକ୍ ନ୍ୟୁଜ୍, ମିଥ୍ୟା ପ୍ରଚାର ଓ ଭ୍ରାନ୍ତି ସୃଷ୍ଟି ବିରୋଧରେ ସଚେତନତା ଏବଂପତ୍ରକାରଙ୍କ ନିରାପତ୍ତା, ସମ୍ମାନ ଓ ଅଧିକାର ବିଷୟରେ ଆଲୋଚନା ହୋଇଥିଲା। ପ୍ରେସ୍ ହେଉଛି ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସତ୍ୟ ଓ ନୀତିର ଦିଗଦର୍ଶନ ରଖି, ସମାଜର ସ୍ବରକୁ ଦେଶର ଆଗରେ ପହଞ୍ଚାଇବା ହେଉଛି ପତ୍ରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ ବୋଲି ଅତିଥିଗଣ ପ୍ରକାଶ କରିଛନ୍ତି।

Related posts

କିଏ କେଉଁଠି କରିବେ ପତାକା ଉତ୍ତୋଳନ

mahabharatanews

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା 

mahabharatanews