ଅପରାଧଓଡିଶା

ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ

ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ । ଚଳିତ ମାସ ୮ତାରିଖ ଦିନ ଭଦ୍ରକ-ଧାମରା ରେଳ ଧାରଣାରେ କଟି ଯୁବକ ମୃତ ଘଟଣାର ପର୍ଦାଫାଶ କଲା ଭଦ୍ରକ ଜିଲ୍ଲାର ବାଂଶଡା ପୋଲିସ । ହତ୍ୟାକାରୀକୁ ଧରି ଘଟଣା ସ୍ଥଳରେ କଲା ସିନ-ରିକ୍ରିଏସନ । କେତେବେଳେ ଓ କେମିତି ମାରିଲା ଗୋଟି ଗୋଟି କରି ବାଖଣିଲା ପୋଲିସ ଆଗରେ । ସୂଚନା ମୁତାବକ ଚାନ୍ଦବାଲି ବ୍ଳକ ବାଂଶଡା ଥାନା ଅଧିନ ମାଣିପୁର ଗ୍ରାମର ଚଗଲା ଦାସଙ୍କ ପୁଅ ସିପୁନ ଦାସର ଚଳିତ ମାସ ୮ତାରିଖ ଦିନ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ଶବ ରେଳଧରଣାରୁ ମିଳିଥିଲା । ଏହା ଆତ୍ମହତ୍ୟା ନୁହେଁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ବାଂଶଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ସେହି ଗ୍ରାମର ତିନି ଜଣ ଲୋକଙ୍କୁ ଅଟକ ରଖିଥିବା ବେଳେ ଆଜି ଜଣକୁ ଆଣି ସିନ-ରିକ୍ରିଏସନ କରିଛି ।ହତ୍ୟାକାଣ୍ଡର ପ୍ରକୃତ କାରଣ ଏ ପର୍ୟ୍ୟନ୍ତ ଲୋକ ଲୋଚନକୁ ଆସି ନ ଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏମିତି ଘଟିଛି ବୋଲି ଜଣାପଡିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜି ବାହାର କରିବା ସହ ଏଥିରେ ସମ୍ପୃକ୍ତ ସମସ୍ତ ଦୋଷୀକୁ ଉଚିତ ଦଣ୍ଡ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related posts

ବ୍ରିଜ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି

mahabharatanews

ଗାଡି ଲୁଟକୁ ଚୋରି ରୂପ ଦେବା ଯୋଜନା ପଣ୍ଡ, ୨ ଗିରଫ

mahabharatanews

ଅଦିନରେ ରଥଯାତ୍ରା କାହିଁକି? ଇସ୍କନକୁ ପ୍ରଶ୍ନ କଲେ ଗଜପତି

mahabharatanews