ନଭେମ୍ବର ୧୬ ଜାତୀୟ ପ୍ରେସ୍ ଅବସରରେ ବସ୍ତା ବ୍ଲକ୍ ସନ୍ତୋଷପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉତ୍ତର ବାଲେଶ୍ଵର ର ବସ୍ତା,ଜଳେଶ୍ଵର ବ୍ଲକ୍ ତଥା ପଡୋଶୀ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ର ସାମ୍ବାଦିକଙ୍କୁ ନେଇ ପ୍ରେସ୍ କ୍ଲବ ରାଜଘାଟ ପକ୍ଷରୁ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ଭାବେ ଓଷ୍ଟାର ପ୍ରାକ୍ତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଓଡିଶା ପ୍ରାଇଡ୍ ର ସଭାପତି ତଥା ଅଭିଜ୍ଞ ସାମ୍ବାଦିକ ମାନସ ଦାସ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ୍ ଅକ୍ଷୟ କୁମାର ମିଶ୍ର, ସୁଶାନ୍ତ କୁମାର ପରିଡ଼ା, ଚୈତନ୍ୟ ପ୍ରସାଦ ଗିରି, ଡାକ୍ତର ଅରୂପ ଅଭିଷେକ, ସିଆରସିସି ଗଣେଶ ଚନ୍ଦ୍ର ଜେନା, ଶିକ୍ଷକ ସୁବାଷ ଚନ୍ଦ୍ର ଗିରି, ସମାଜସେବୀ ସନ୍ତୋଷ କୁମାର ଦାସ ମହାପାତ୍ର, ଅରବିନ୍ଦ ପ୍ରଧାନ, ରାଧାକୃଷ୍ଣ ମାଝୀ, ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ପ୍ରଧାନ ଓ ଅର୍ଜୁନ କୁମାର ସିଂହ ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କର ସ୍ବାର୍ଥ, ନ୍ୟାଯ୍ୟ ଅଧିକାର, ବଳିଦାନ ବିଷୟରେ ଆଲୋକପାତ କରିବା ସହ ନିର୍ଭୀକ ସାମ୍ବାଦିକତା ପାଇଁ ସାମ୍ବାଦିକଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ଦେବାକୁ ମତବ୍ୟକ୍ତ କରିଥିବା ବେଳେ ବିଶିଷ୍ଟ କବି ବିକର୍ତ୍ତନ କବି ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ସ୍ବରଚିତ କବିତା ପଠନ କରିଥିଲେ। ଅତିଥିଙ୍କ ଦ୍ବାରା ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ଏହି ଅବସରରେ ଯୁବ ସାମ୍ବାଦିକ ଅଜିତ୍ କୁମାର ସାହୁ ମଞ୍ଚ ଆହ୍ବାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ଦାସ ସ୍ବାଗତ ଅଭିଭାଷଣ ସହ ବିବରଣୀ ପ୍ରଦାନ କରିଥିଲେ। ସାମ୍ବାଦିକ ଜନ୍ମେଜୟ ପରିଡ଼ା, ବସନ୍ତ କୁମାର ଭଦ୍ର, ବେଣୁଧର ଦାସ, ରଞ୍ଜନ କୁମାର ସାହୁ, ଜଗତ କୁମାର ଗିରି ପ୍ରମୁଖ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ସାମ୍ବାଦିକ ମଧୁସୂଦନ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ।

