ଅପରାଧଓଡିଶା

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ୯ଟି ଲାପଟପ୍ ସହ ୨ଟି ପ୍ରିଣ୍ଟର ଜବତ କରିଛି ସହୀଦ ନଗର ଥାନା ପୋଲିସ । ଡ୍ରାଇଭିଂ ଲାଇସେନ୍ସ, ଏନଓସି, ଗାଡି ମାଲିକାନା ପଞ୍ଜିକରଣ ଆଳରେ ଲୋକଙ୍କଠୁ ମୋଟା ଅଙ୍କର ଟଙ୍କା ଲୁଟୁ ଥିଲେ । ଟଙ୍କା ନେଇ ଲୋକଙ୍କୁ ଭୁଆଁ ବୁଲାଇ ଚାଲୁଥିଲେ ଦଲାଲ ।

rto

ଆଚାର୍ଯ୍ୟ ବିହାର ଆରଟିଓ-୧ କାର୍ଯ୍ୟାଳୟ ସମ୍ମୁଖରେ କିଛି ଦଲାଲ ଆରଟିଓ କର୍ମଚାରୀ ଭାବେ ନିଜକୁ ପରିଚୟ ଦେଇ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ/ନବୀକରଣ, ଏନଓସି, ମାଲିକାନା ହସ୍ତାନ୍ତର, ପଞ୍ଜୀକରଣ, ଫିଟନେସ୍ ସାର୍ଟିଫିକେଟ୍ ଓ ବୀମା ସହିତ ସମ୍ପର୍କିତ କାମ ପାଇଁ ଜନସାଧାରଣଙ୍କଠାରୁ ଅବୈଧ ଟଙ୍କା ଆଦାୟ କରୁଥିଲେ । ଡ୍ରାଇଭିଂ ଲାଇସେନ୍ସ ପିଛା ୨ହଜାର ଟଙ୍କା, ଏନଓସି ପାଇଁ ପାଞ୍ଚ ହଜାର ଟଙ୍କା ଦାବି କରୁଥିଲେ । ବାରମ୍ବାର ଲୋକ ଦଲାଲଙ୍କ ହାବୁଡ଼ରେ ପଡ଼ି ଆରଟିଓ ଅଫିସକୁ ଆସି ଦୋଡି ଦୋଡ଼ି ନୟାନ୍ତ ହେଉଥିଲେ । ଏନେଇ ବାରମ୍ବାର ଆରଟିଓ ଙ୍କ ପାଖରେ ଅଭିଯୋଗ ପରେ ଏନେଇ ଭୁବନେଶ୍ୱର ଡିସିପି ଙ୍କ ନିର୍ଦ୍ଦେଶକ୍ରମେ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏପରିକି ପୁର୍ବରୁ ୨୦୨୨ରେ ଗିରଫ ହୋଇଥିବା ଦଲାଲ ମଧ୍ୟ ଏଥର ଗିରଫ ହୋଇଛନ୍ତି ।

Related posts

ନିୟମଗିରିରେ ଟୀକାକରଣ ଆରମ୍ଭ 

mahabharatanews

ରସିକିଆ ଡାକ୍ତର ମାଟ୍ରିକ ଫେଲ୍

mahabharatanews

ଆସୁଛି ଦୁଇ ଦୁଇଟି ଲଘୁଚାପ, ୫ ରୁ ରାଜ୍ୟରେ ବର୍ଷା ସମ୍ଭାବନା

mahabharatanews