ଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀ । ଶନିବାର ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ୨୨ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବର ସମ୍ଭାବନା ରହିଛି। ଯଦିଓ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ, ତେବେ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଶୀତଦିନରେ ଲଘୁଚାପ ସମସ୍ତେ ଛାନିଆ । ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । ବଙ୍ଗୋପସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୨ ତାରିଖ ବେଳକୁ ଲଘୁଚାପ, ୨୪ରେ ଅବପାତ ଓ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ସେପଟେ 27 ବେଳକୁ ବାତ୍ୟା ହେବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ହେଲେ ଉତ୍ତର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ମାଡ଼ ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ । ଏବେ ଧାନ ପାଚୁଥିବାରୁ ବର୍ଷା ହେଲେ ଫସଲ ନଷ୍ଟ ହେବା ନେଇ ଚିନ୍ତାରେ ଚାଷୀ । ବାତ୍ୟାର ସମ୍ଭାବ୍ୟ ଗତିପଥ ନେଇ କୌଣସି ସ୍ପଷ୍ଟତା ଏବେ ସୁଦ୍ଧା ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ସିଧାସଳଖ ମାଡ଼ ହୋଇନପାରେ । ଏହାର ପ୍ରଭାବରେ ୩-୪ଦିନ ପ୍ରବଳ ବର୍ଷା ହୋଇପାରେ । ବାତ୍ୟାର ପ୍ରଭାବ ଆନ୍ଧ୍ର ଓ ତାମିଲନାଡ଼ୁ ଉପରେ ପଡ଼ିବା ସମ୍ଭାବନା ଅଧିକ । ରାଜ୍ୟରେ କେବଳ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
previous post
