ଅପରାଧଓଡିଶା

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ । ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟାରୁ ରାତି ୧୧ଟା ଯାଏ ୮ଘଣ୍ଟା ଧରି ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା କରିଥିଲେ । ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଶୁକ୍ରବାର ୪ ଜଣ ହାଜର ହୋଇଥିଲେ । ପୂର୍ବରୁ କ୍ରାଇମ୍‌ବ୍ର।ଞ୍ଚ ଏମାନଙ୍କୁ ଗିରଫ କରିଥିଲା । ଜାମିନ ପାଇବା ପରେ ଏମାନେ  ଜେଲ୍‌ରୁ ବାହାରିଥିଲେ ।

Why a Revamping of the CBI Is Necessary - The Wire

ତେବେ ଆଜି ବାକିଥିବା ଅନ୍ୟମାନେ ସିବିଆଇରେ ହାଜର ହେବାର ସମ୍ଭାବନା ରହିଛି । ପୋଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା ।Odisha Police SI exam 'sabotage': 117 accused produced before...

ଏହି ଜାଲିଆତି ମାମଲାକୁ ନେଇ ପ୍ରଥମେ ବ୍ରହ୍ମପୁର ଜିଲ୍ଲାର ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେପ୍ଟେମ୍ବର ୨୯ ତାରିଖ ରାତିରେ ୩ଟି ବସ୍‌ରେ ଆନ୍ଧ୍ରପ୍ରଦେଶ ଯାଉଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ ଙ୍କୁ ବ୍ରହ୍ମପୁର ପୋଲିସ କାବୁ କରିଥିଲା । ଏହାପରେ ମାମଲାର ତଦନ୍ତ କ୍ରାଇମ୍‌ବ୍ର।ଞ୍ଚ ହାତକୁ ଯାଇଥିଲା । କ୍ରାଇମ୍‌ବ୍ର।ଞ୍ଚ  ଏହି ଜାଲିଆତିର ମାଷ୍ଟରମାଇଣ୍ଡକୁ ମିଶାଇ ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ କୋର୍ଟ ଜାମିନ ପ୍ରଦାନ କରି ସାରିଥିବା ବେଳେ ୧୧ ଜଣ ଦଲାଲ ଓ ଏଜେଣ୍ଟ ଏବେ ମଧ୍ୟ ବ୍ରହ୍ମପୁର ଜେଲରେ ରହିଛନ୍ତି ।

CBI probe into Odisha Police SI recruitment scam: Odisha govt...

Related posts

ମଜୁରୀ ସମୟରେ ଦେବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ 

mahabharatanews

ଛାତ୍ରୀଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

mahabharatanews

ଏହି ଦିନ ହେବ ରଥକାଠ ଅନୁକୂଳ 

mahabharatanews