ଓଡିଶା

ରାଜସ୍ଥାନରୁ ଧାଇଁ ଆସିଥିବା ଭକ୍ତର ଡାକ ଶୁଣି ଏକ ଛୋଟ ନିଷ୍ପାପ ଶିଶୁକୁ କୋମାରୁ ଉଠାଇଛନ୍ତି ମହାପ୍ରଭୁ

ସତରେ କେତେ କରୁଣାମୟ ମହାବାହୁ । ଭାବକୁ ନିକଟ ଅଭବକୁ ଦୂର ବିଶ୍ୱ ନିୟନ୍ତା ବଡ଼ ଠାକୁର । ତାଙ୍କ ଚମତ୍କାରର କଳନା ନାହିଁ । ବହୁ ଦୂରରୁ ଭକ୍ତର ଡାକ ଶୁଣିଛନ୍ତି ମହାପ୍ରଭୁ । ସମର୍ପଣର ଭାବନା ସହିତ ମହାପ୍ରଭୁଙ୍କୁ ଗୁହାରି କଲେ ଦୟାର ସାଗର ମହାପ୍ରଭୁ ତାହା ଶୁଣନ୍ତି । ଭକ୍ତର ଆକୁଳ ପ୍ରାର୍ଥନା ଶୁଣି କରୁଣାମୟ ମହାପ୍ରଭୁ ଏକ ନିଷ୍ପାପ ଶିଶୁକୁ ଦେଇଛନ୍ତି ନୂଆ ଜୀବନ । ଏଇଭଳି ଏକ ଆବେଗପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିର  ସିଂହଦ୍ବାର ସାମନାରେ । ସୁଦୂର ରାଜସ୍ଥାନରୁ ଧାଇଁ ଆସିଥିବା ଭକ୍ତର ଡାକ ଶୁଣି ଏକ ଛୋଟ ନିଷ୍ପାପ ଶିଶୁକୁ ନୂଆ ଜୀବନ ଦାନ କରି କୋମାରୁ ଉଠାଇଛନ୍ତି ମହାପ୍ରଭୁ ।

Emotional scene at Puri Srimandir: Helpless father pleads before...

ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ବାପା ପ୍ରକାଶ ଭୋଇ ଶ୍ରୀମନ୍ଦିର ଆଣିଥିଲେ । ସେଠାରେ ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ । ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲେ ପ୍ରକାଶ । ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ । ହେଲେ, କଥାରେ ଅଛି ନା, ଯେଉଁଠି ଡାକ୍ତରୀ ପାଠ ହାରିଯାଏ ସେଇଠି ସାହା ହୁଅନ୍ତି ଜଗତର ଠାକୁର । ଠାକୁର ଲୀଳା ଦେଖାଇ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛନ୍ତି । ପୁଅକୁ ଚଳପ୍ରଚଳ କରୁଥିବା ଦେଖି ପ୍ରକାଶଙ୍କ ମନ ଭରିଯାଇଛିନ ଅସୁମାରୀ ଖୁସି ଆଉ ବଡ଼ ଦେଉଳକୁ ସେ ଚାହିଁ ଠାକୁରଙ୍କୁ ମନେ ମନେ ଧନ୍ୟବାଦ ଦେଉଛନ୍ତି । ସତରେ ମହାବାହୁ ତୁମେ ଲୀଳାମୟ, ଆଉ ତୁମ ମହିମା ଅବର୍ଣ୍ଣନୀୟ ।

Puri Srimandir entry restrictions from Oct 18; know details

Related posts

ମତଦାନ ସାବ୍ୟସ୍ତ କଲେ ରାଜଧାନୀ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ

mahabharatanews

ବିଧାୟକଙ୍କୁ ତାଲା ପକାଇ ଜାଳି ଦେଲେ ଗାଡି

mahabharatanews

ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ର: ମୁଖ୍ୟମନ୍ତ୍ରୀ

mahabharatanews