ଅପରାଧଓଡିଶା

ମିନି ଷ୍ଟାଡିୟମରେ ରେଡ୍ ବେଳେ ବ୍ରାଉନ ସୁଗାର ସହ ବନ୍ଧୁକ ଜବତ

ଅନୁଗୋଳ ଟାଉନ ପୋଲିସକୁ ମିଳିଛି ସଫଳତା । ମଙ୍ଗଳବାର ସକାଳୁ ବ୍ରାଉନ ସୁଗାର ସହ ବନ୍ଧୁକ ଜବତ । ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ ।

ସୂଚନା ଅନୁଯାୟୀ, ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ମିନି ଷ୍ଟାଡିୟମରେ କିଛି ଯୁବକ ବସି ମଦ୍ୟ ପାନ କରୁଥିଲେ । ଏହା ଦେଖି ପୋଲିସ ଅତର୍କିତ ରେଡ୍ ମାରିଥିଲା । ଯୁବକଙ୍କ ପଚରାଉଚରା କରିବା ସହ ଯାଞ୍ଚ କରିଥିଲା । ତେବେ ସେମାନଙ୍କ ନିକଟରୁ ପ୍ରାୟ ୩୦ ଗ୍ରାମ୍ ବ୍ରାଉନ ସୁଗାର ବାହାରିବା ସହ ଏକ ବନ୍ଧୁକ ଏବଂ ୩ଟି ଅଫୁଟା ଗୁଳି ଜବତ ହୋଇଛି । ଏହା ଛଡ଼ା ଏକ କାର୍ ଏବଂ ଦୁଇଟି ବାଇକ୍ ଜବତ କରିଛି ପୋଲିସ । ଏହି ଘଟଣାରେ ଅନୁଗୋଳ ପୋଲିସ ୩ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ।

Related posts

ସନ୍ଦେହଘେରରେ ଗଣେଶଙ୍କ ମୃତ୍ୟୁ, ଟେର ପାଉନି ପୋଲିସ

mahabharatanews

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ 

mahabharatanews

୧୬ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା , ୧ ମୃତ

mahabharatanews