ଓଡିଶା

ହିନ୍ଦୋଳରେ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପକ୍ଷରୁ ଏଲ ଆର ଆଇ ଯାତ୍ରାର ଶୁଭାରମ୍ଭ

କୃଷି ଓ କୃଷକ ମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିବାପାଇଁ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକାର ରିୱାର୍ଡ ତରଫରୁ ଏଲ.ଆର.ଆଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି ହିନ୍ଦୋଳ ଉପଜିଲ୍ଲାପାଳ ଏବଂ  ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ । ଜଳବିଭାଜିକା ପରିଚାଳନା କ୍ଷେତ୍ରରେ ଜାତୀୟ ଓ ରାଜ୍ୟ ସ୍ତରରେ ଯେଉଁ ସଂସ୍ଥାମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସଶକ୍ତ କରିବା ଓ କୃଷକ ମାନଙ୍କ ସାମର୍ଥ୍ୟ ବଢାଇବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହା ଓଡିଶା ସରକାରଙ୍କର ଅଭିନବ ପ୍ରୟାସ । ଜଳବିଭାଜିକା ଯୋଜନା ପ୍ରସ୍ତୁତି ଏବଂ ପ୍ରଣୟନ କ୍ଷେତ୍ରରେ ବିଜ୍ଞାନ ଭିତ୍ତିକ ଆଭିମୁଖ୍ୟ ଆଣିବା ହେଉଛି ରିୱାଡ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଆଜି ହିନ୍ଦୋଳ ବ୍ଲକ ମାଧପୁର ପଞ୍ଚାୟତ ପରିସରରେ ହିନ୍ଦୋଳ ଉପଜିଲ୍ଲାପାଳ, ହିନ୍ଦୋଳ ବିଡ଼ିଓ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ମାଧପୁର ସରପଞ୍ଚ ଏବଂ ସମସ୍ତ ସରକାରୀ କର୍ମଚାରୀ ଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି । ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସଫଳ ଚାଷୀ ମାନଙ୍କୁ ସମ୍ମାନୀତ କରିଥିଲେ ଅତିଥିବୃନ୍ଦ।

Related posts

ଓରକେଲ ପୋଲିସ ହାତରେ ଗଞ୍ଜେଇ ମାଫିଆ

mahabharatanews

୯୬ ନୂତନ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

mahabharatanews

ବାଇକ କଚାଡି ଭାଙ୍ଗିଲା ଦନ୍ତା

mahabharatanews