ସରିଲା ସର୍ବଦଳୀୟ ବୈଠକ । ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ଆଜି ସରିଛି ସର୍ବଦଳୀୟ ବୈଠକ । ଆଜି ପୂର୍ବାହ୍ନ ୧୧ଟାରେ ବସିଥିଲା ସର୍ବଦଳୀୟ ବୈଠକ । ଏହାପରେ ଆସନ୍ତକାଲି ଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏଥିଲାଗି ସବୁ ଦଳର ନେତାଙ୍କୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ । ସେଥିରେ ସରକାର ସଂସଦ କାର୍ୟ୍ୟପ୍ରକ୍ରିୟା ସମୟରେ ଯେଉଁ ବିଲ୍ ଗୁଡିକ ସଂପର୍କରେ ଚର୍ଚ୍ଚା କରାଯିବାର ଅଛି ସେଥିନେଇ ବିରୋଧୀ ଦଳର ନେତାଙ୍କୁ ଜଣାଯାଇଛି । ଏଥିସହ ଅଧିବେଶନକୁ ସୂଚାରୂ ରୂପେ ଚଲାଇବା ଲାଗି ବିରୋଧୀ ଦଳଙ୍କର ସହଯୋଗ କାମନା କରାଯାଇଛି ।
ଡିସେମ୍ବର ୧ରୁ ୧୯ ତାରିଖ ଯାଏ ଚାଲିବ ସଂସଦର ଶୀତ ଅଧିବେଶନ। ୧୯ ଦିନର ଅଧିବେଶନରେ ମୋଟ ୧୫ଟି କାର୍ୟ୍ୟଦିବସ ରହିବ । ଏହି ସମୟରେ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବେ । ସେପଟେ ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ‘ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ । ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ମୋ ପାଇଁ ନିଶ୍ଚିତ ନିଆରା । ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ନିଶ୍ଚିତ ଭାବେ ଏହି ଓଡ଼ିଶା ବିଧାନସଭା ଗୃହର । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ ଏଠି ପହଞ୍ଚି ପାରି ନଥାନ୍ତି’ ।
