ଭାରତ

ଥମୁନି ମଣିପୁର ହିଂସାକାଣ୍ଡ : ଗଲାଣି ୫୦ରୁ ଅଧିକ ଜୀବନ 

(ମଣିପୁର) : ଥମିବାର ନାଁ ନେଉନି ମଣିପୁର  ହିଂସାକାଣ୍ଡ‌ । ମଣିପୁରରେ ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ଅଶାନ୍ତ ଲାଗି ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି   । ହିଂସା ଯୋଗୁଁ ମଣିପୁରର ଚୁରଚାନ୍ଦପୁରରେ କର୍ଫ୍ୟୁ ଲାଗୁ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏଠାରେ ସ୍ଥିତି ସୁଧୁରୁଛି, କର୍ଫ୍ୟୁ ମଧ୍ୟ କୋହଳ କରାଯାଇଛି ।

ସୂଚନାନୁଯାୟୀ   ,ଚୁରଚାନ୍ଦପୁରରେ ଆଜି ସକାଳ ୭ ଟାରୁ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ପରିସ୍ଥିତି ସୁଧାରିବା ପରେ ସରକାର ସମସ୍ତ ଦଳ ସହ ଆଲୋଚନା କରି କର୍ଫ୍ୟୁକୁ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଏଠାରେ ଭାରତୀୟ ସେନା ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତିକୁ ତଦାରଖ କରିବା ପାଇଁ ବାୟୁସେନାର ତଦାରଖ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସାରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Related posts

ଅବଧି ପୂର୍ବରୁ ହୋଇପାରେ ୨୦୨୪ ଇଲେକ୍ସନ ! 

mahabharatanews

“ବିଜେପି ଶାସିତ ରାଜ୍ୟ ବିରୋଧରେ କାହିଁକି ହେଉନାହିଁ  କାର୍ଯ୍ୟାନୁଷ୍ଠାନ  ?” ସୁପ୍ରିମକୋର୍ଟ

mahabharatanews

ଏନକାଉଣ୍ଟରରେ ଟଳିପଡିଲା ଆଉ ଜଣେ ଗ୍ୟାଙ୍ଗଷ୍ଟର

mahabharatanews