ଓଡିଶା

କିଶନନଗରରୁ ଉଦ୍ଧାର ହେଲା ୧୦ ଫୁଟର ଅଜଗର

କଟକ ଜିଲ୍ଲାର ସାଲେପୁର ବ୍ଳକ୍ ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ତ କୁରୁଳି ଗ୍ରାମରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର | ସୂଚନା ମୁତାବକ କଟକ ଜିଲ୍ଲାର ସାଲେପୁର ବ୍ଳକ ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ତ କୁରୁଳି ଗ୍ରାମରେ ବଣବୁଦା ମୁଳେ ଅଜଗର ସାପକୁ ଗ୍ରାମର କିଛି ଲୋକ ଦେଖିଥିଲେ ଏବଂ ଗ୍ରାମରେ ଅନ୍ୟମାନଙ୍କୁ କହିବାରୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଅଜଗର ରହିଥିବା ସ୍ଥାନକୁ ଏକ ପ୍ରକାର ଘେରାଉ କରି ରହିବା ସହ କିଶନନଗର ପୋଲିସକୁ ଜଣାଇଥିଲେ |  ସ୍ନେକ ହେଲ୍ପ ଲାଇନ ସହ ଯୋଡି ହୋଇଥିବା ପ୍ରହାରାଜପୁର ଗ୍ରାମର ସୁରେଶ କୁମାର ଗୋଛାୟତ ଓ ତାଙ୍କ ସହଯୋଗୀ ଖବରପାଇ କୁରୁଳି ଗ୍ରାମରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରିବା ସହିତ ବନ ବିଭାଗକୁ ହସ୍ତାନ୍ତର କରିବାକୁ ଖବର ଦେଇଛନ୍ତି |

Related posts

ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍‌ସର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

mahabharatanews

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ

mahabharatanews

ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

mahabharatanews