ଓଡିଶା

ଅନୁମତି ନ ନେଇ ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିପାରିବେନି ଅଧିକାରୀମାନେ

ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ତହସିଲର ଅଧିକାରୀମାନେ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଅନୁମତି ନ ନେଇ ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ନେଇ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ଅମ୍ବର କୁମାର କର ଜାରି କରିଛନ୍ତି ନୋଟିସ । ନୋଟିସ କରି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଏଣିକି କୌଣସି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ଦାଖଲ ନକରି ବିନା ଅନୁମତିରେ ଅନୁପସ୍ଥିତ ରହିପାରିବେ ନାହିଁ । ଯଦି ଅଧିକାରୀ ଅଫିସରେ ଅନୁପସ୍ଥିତ ରୁହନ୍ତି, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କଡରେ ତାଗିଦ କରିଛନ୍ତି ।

ଘଟଣା ଅନୁସାରେ, ଯାଜପୁର ଜିଲ୍ଲାର କିଛି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ନଦେଇ ହେଡକ୍ୱାର୍ଟର ଛାଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଯାହା ଫଳରେ ସରକାରୀ କାମରେ ବାଧା ଉପୁଜିବା ସହ ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ସମସ୍ୟା ଜଣାଇବା ପାଇଁ ଆସୁଥିବା ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଜିଲ୍ଲାପାଳଙ୍କ ନିକଟକୁ ଅନେକ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ତାଗିଦ୍ କରି ଏହି ପଦକ୍ଷେପ ନେଇଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଦଳୀୟ ନେତା

mahabharatanews

ଚଳନ୍ତା ବସ୍ ରୁ ଚକ ବାହାରି ରାସ୍ତା କଡ ଦୋକାନରେ ପଶିଲା

mahabharatanews

ଜମି ମାମଲା ନେଇ ଯୁବକଙ୍କୁ ପୋଲିସର ମାଡ଼ ଅଭିଯୋଗ

mahabharatanews