ଅପରାଧଓଡିଶା

ଆବଶ୍ୟକ ପଡିଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ସ୍ଵାସ୍ଥ୍ୟମନ୍ତ୍ରୀ

ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି । ଆଜି ଆଇଜିଏଚ୍‌ ମେଡିକାଲ୍‌ ଯାଇ ପୀଡିତାଙ୍କୁ ଭେଟିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହାଲିଙ୍ଗ। ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି । ଏବଂ କହିଛନ୍ତି ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି , ଆବଶ୍ୟକ ପଡିଲେ ଭୁବନେଶ୍ଵର ଏମ୍ସ କିମ୍ବା ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବ ।

SALAR NEWS

ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ସଂପୃକ୍ତ ଛାତ୍ରୀଜଣଙ୍କ ଗତକାଲି ଅପରାହ୍ନରେ ସେ କଲେଜରୁ ଘରକୁ ଗଲା ପରେ ଗାଁର ଜଣେ ଯୁବକ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ବିଳମ୍ବିତ ରାତିରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜଗାଙ୍ଗପୁର ଡାକ୍ତରଖାନା ଓ ପରେ ରାଉରକେଲା ଆଇଜିଏଚ୍‌ ମେଡିକାଲ୍‌କୁ ନେଇଥିଲେ ।

Bengaluru: Girl set afire by boyfriend, succumbs to burn injuries -  Oneindia News

ସୂଚନା ମିଳିଛି  ପୁରୁଷ ବନ୍ଧୁ ନୀଳେଶ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲା । ଛାତ୍ରୀ ଜଣକ ମନା କରିବାରୁ ତାକୁ ମାନସିକ ନିର୍ଯାତନା ଦେଉଥିଲା । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଦେହର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଛି । ପୀଡ଼ିତା ଜଣେ ନାବାଳିକା ଓ ସେ ତା’ ପୁରୁଷ ବନ୍ଧୁର ‌ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିବାକୁ ଉଦ୍ୟମ କରିଥିବା ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

A legal study on Dowry Deaths In India- ipleaders

Related posts

ପରଲୋକରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି

mahabharatanews

ପଦ୍ମପୁର ଉପନିର୍ବାଚନ ମଇଦାନରେ 10 ପ୍ରାର୍ଥୀ

mahabharatanews

ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀ ଗିରଫ

mahabharatanews