ଓଡିଶା

ମୁଣ୍ଡରେ ଅମୃତଭଣ୍ଡା ପଡି ଚାଲିଗଲା ଅମୂଲ୍ୟ ଜୀବନ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଅମୃତଭଣ୍ଡା ତୋଳିବା ଜଣେ ମହିଳାଙ୍କ ପାଇଁ କାଳ ସାଜିଛି । ଗଛରୁ ଅମୃତଭଣ୍ଡା ଖସି ମହିଳାଙ୍କ ମୁଣ୍ଡରେ ମାଡ଼ ହେବାରୁ ତାଙ୍କର ଅକାଳ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ ।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରକଳା ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳୁଥିଲେ। ଏହି ସମୟରେ ହଠାତ୍ ଗଛରୁ ଏକ ବଡ଼ ଅମୃତଭଣ୍ଡା ଖସି ସିଧା ତାଙ୍କ ମୁଣ୍ଡ ଉପରେ ପଡିଥିଲା । ଆଘାତ ଏତେ ଶକ୍ତ ଥିଲା ଯେ, ଚନ୍ଦ୍ରକଳା ଘଟଣାସ୍ଥଳରେ ହିଁ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related posts

5T ସଚିବଙ୍କ ବେଦବ୍ୟାସ ପୀଠ ପରିଦର୍ଶନ : ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗର ବିକାଶ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ କରିବେ ଜିଲ୍ଲାପାଳ

mahabharatanews

କମିଲା ଟମାଟ ଦରଦାମ 

mahabharatanews

୬ରୁ ପୁଣି ଭିଜିବ ସାରା ରାଜ୍ଯ

mahabharatanews