ଓଡିଶା

SHG ଶଶକ୍ତି କରଣ ଜୀବିକା ପ୍ରୋସାହନ ନିମନ୍ତେ ହାତ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରାଂଶର ବିତରଣ

ବନ ସଂରକ୍ଷଣ ସମିତି ଅଧିନସ୍ଥ  ସ୍ଵୟଂ ସହାୟକ ଗୋଷ୍ଠୀ  ଶଶକ୍ତି କରଣ ଜୀବିକା ପ୍ରୋସାହନ ନିମନ୍ତେ ହାତ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରାଂଶର ବିତରଣ ଏବଂ ଧନ୍ଧା ମୂଳକ ଶିକ୍ଷା ଓ ବୃତ୍ତିଗତ ତାଲିମ୍ ଶିବିର ଜରପଡା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହାକୁ ଅନୁଗୋଳ ବନଖଣ୍ଡ ଅଧିକାରୀ ଆୟୋଜନ କରିଥିବାବେଳେ ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ, ଅନୁଗୋଳ ସହଯୋଗ କରିଥିଲେ। ନୂତନ ଭାବରେ ଗଢ଼ା ହୋଇଥିବା ଜରପଡା ରେଞ୍ଜସ୍ଥିତ ଶିକାର ନିରୋଧ ଗୃହକୁ ଅତିଥି ମାନଙ୍କ କରକମଳରେ ଉଦ୍‌ଘାଟନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଛଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା, ସମ୍ମାନୀତ ଅତିଥି ଭାବରେ ଅନୁଗୋଳ ବନଖଣ୍ଡ ଅଧିକାରୀ  ନିତିଶ କୁମାର,ପରିକ୍ଷଣାତ୍ମଳ ସରକାରୀ ବନ ସଂରକ୍ଷକ ସିଦ୍ଧିର୍ଥ ଜୈନ (ଅନୁଗୋଳ ବନଖଣ୍ଡ), କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୋମିନି ସୁଦିପ୍ତ ଗଡ଼ନାୟକ,ଜରପଡ଼ା ଜୋନର ବିଜେପି ମଣ୍ଡଳ ସଭାପତି ଜୀବନାନନ୍ଦ ସାହୁ,ଜରପଡା ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାଏକ,ଫରେଷ୍ଟର ବସନ୍ତ ଗଡ଼ନାୟକ, ଉପସ୍ଥିତ ଥିଲେ। ଏଥିରେ VSS ର  ୨୬ଟି SHG ଗୃପକୁ ଯନ୍ତ୍ରଚାଳିତ ଖଲି ଚଉପତି ମେସିନ, ଡାଲି ମେସିନ, ଧୁପକାଠି ମେସିନ, ବିରି ଗ୍ରାଇଣ୍ଡିଙ୍ଗ ମେସିନ, ପାମ୍ପଡ ମେସିନ,ଟେଲର ମେସିନ ଇତ୍ୟାଦି ପ୍ରଦାନ କରିବା ସହ  ମାନପତ୍ର ପ୍ରଦାନ କରାଯାଇଥିଲା। SHG ତରଫରୁ ଶିକ୍ଷାଦାନ କରିଥିବା ବିୟୁଟି ପାର୍ଲର, ଟେଲରିଙ୍ଗ ଏବଂ SHG ମାମାନେ ନିଜସ୍ଵ ତିଆରି କରିଥିବା ଧୁପକାଠି, ଝୁଣା, ମହୁ,ଖଲି ଚଉପତି,ଖାଦ୍ୟଜିନିଷ ଇତ୍ୟାଦି ଷ୍ଟଲ ମାଧ୍ୟମରେ ବିକ୍ରୟ କରିଥିଲେ। ଏଥିରେ ପ୍ରାୟ ୧୪୦୦ ରୁ ଉର୍ଦ୍ଦ ଲୋକ ଉପସ୍ଥିତ ଥିଲେ। ଏହାକୁ ଜରପଡ଼ା ବନାଞ୍ଚଳର ସମସ୍ତ କର୍ମଚାରୀଙ୍କ ସହ କହ୍ଲେଇ ସାହୁ, ଜିତେନ୍ଦ୍ର ପ୍ରଧାନ, ସୁଜିତ କୁମାର,ବାଙ୍କନିଧି ଦାସ ପ୍ରମୁଖଙ୍କ ସହଯୋଗରେ ସୁନ୍ଦର ଭାବରେ ସଂପୂର୍ଣ୍ଣ ହୋଇଥିଲା।

Related posts

ଆଇପିଏଲ ପାଇଁ ଘୋଷଣା ହେଲା ଭାଷ୍ୟକାର ଦଳ

mahabharatanews

୧୨ ଘଣ୍ଟିଆ  ବନ୍ଦ ପାଳନ 

mahabharatanews

ବଜ୍ରପାତରେ ୯ ରୁ ଉର୍ଦ୍ଧ ଆହାତ ଜଣେ ଗୁରୁତର

mahabharatanews