Accidentଓଡିଶାଯୋଗାଯୋଗ

ଯେଉଁ ମାନଙ୍କ ଗାଡି କାଗଜ ପତ୍ର ଠିକ୍ ଥିବ ସେମାନଙ୍କ ଗାଡି ପାଇଁ ସରକାର ଯୋଗଇବେ ଗ୍ରୀନ୍ ଷ୍ଟିକର୍

ଫେବୃଆରୀ ପହିଲାରୁ ଗାଡି କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାକୁ ସରକାର ଘୋଷଣା କରିଥିବାବେଳେ ଏବେ ଦୂରରୁ ଦେଖିଲେ ଜଣା ପଡିଯିବ ଗାଡି କାଗଜ ପତ୍ର ଓକେ ଅଛି କି ନାହଁ କାହିଁକି ନା ଗାଡିରେ ଲାଗିବ ଗ୍ରୀନ୍ ଷ୍ଟିକର । ବର୍ତ୍ତମାନ ରାସ୍ତା ଘାଟ ପ୍ରତେକଟି ପ୍ରଦୂଷଣ ସେଣ୍ଟର ଆଗରେ ଲୋକଙ୍କର ଲମ୍ବା ଲାଇନ୍ ଲାଗିଥିବାବେଳେ ପ୍ରଦୂଷଣ ପ୍ରମାଣପତ୍ର ପାଇବା ପାଇଁ ଯାହା ଅସୁବିଧା ରହିଛି ତାହା ଉପରେ ସରକାର ବିଚାର କରୁଥିବା ସୂଚାଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହାସହ ଆଗାମୀ ଦିନରେ ଅମାନିଆ ଚାଳକଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ଚେତାଇ ଦେଇଛନ୍ତି ମନ୍ତ୍ରୀ । ଆଗକୁ ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC ମଧ୍ୟ କୋହଳ କରାଯାଇଛି। ୨୦୧୯ରେ ଯେଉଁ ଫାଇନ୍ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଯେହେତୁ ଅନ୍ୟ ରାଜ୍ୟରେ ଫାଇନ୍ କମ୍ ରହିଛି, ସେନେଇ ମଧ୍ୟ ପର୍ଯ୍ୟାଲୋଚନା ଚାଲିଛି । ନୂଆ ଓ ପୁରୁଣା ସବୁ ଗାଡିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି । ଯେଉଁ ଗାଡିରୁ ଫାଇନ୍ ଆଦାୟ ସରିଛି, ତାହାର ମଧ୍ୟ ବିଚାର କରାଯାଉଛି । ଏବଂ ଯେଉଁ ଗାଡିର ସବୁ କାଗଜ ପତ୍ର ଓକେ ରହିଛି ସେହି ଗାଡିକୁ ଗ୍ରୀନ ଷ୍ଟିକର ଆରଟିଓ ପକ୍ଷରୁ ମିଳିବା ନେଇ ମଧ୍ୟ ସୂଚାଇ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

Related posts

ବେଆଇନ ବିଦେଶୀ ମଦ ଜବତ, ୧ ଗିରଫ

mahabharatanews

ବଢୁଛି ଡେଙ୍ଗୁ ଆତଙ୍କ: ୧୯୭  ପଜିଟିଭ ଚିହ୍ନଟ 

mahabharatanews

କୋଭିଡ ହେଲପ୍ ଲାଇନକୁ ଫୋନ କଲେ ମିଳୁନି ଉତ୍ତର

mahabharatanews