ଓଡିଶା

ମହେନ୍ଦ୍ର ତନୟା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଳନ  ଅବସରରେ ଗୋଷାଣି ବ୍ଲକ ସ୍ତରୀୟ ମହେନ୍ଦ୍ର ତନୟା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ର ଲୋକକଳା ଓ ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ବ୍ଲକ୍ ଅଧ୍ଯକ୍ଷ ଏନ ବୀରରାଜୁଙ୍କ ଅଧ୍ୟକ୍ଷତାରେ ଗୋଷାଣି ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ପ୍ରସ୍ତୁତି ବୈଠକ୍ ହୋଇଥିଲା । ଉକ୍ତ ବୈଠକରେ ଗୋଷାଣୀ ଗୋଷ୍ଠୀ  ଉନ୍ନୟନ ଅଧିକାରି ଗୌର ଚନ୍ଦ୍ର ପଟ୍ଟନାୟକ, ପାରଳାଖେମୁଣ୍ଡି ତହସିଲଦା ନାରାଯଣ ବେହେରା, ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା, ଆକାଉଣ୍ଟଟାଣ୍ଟ ଗଜେନ୍ଦ୍ର ବେହେରା, ଜିପିଇଓ ଅଶୋକ କୁମାର ପାତ୍ର ଓ ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲାରାଜୁ ମଞ୍ଚାସୀନ ଥିଲେ ।

ବୈଠକରେ ମହେନ୍ଦ୍ରତନୟା ଉତ୍ସବ ଆସନ୍ତା ଜାନୁୟାରୀ ମାସ ୮ ଓ ୯ ଦୁଇଦିନ ଧରି ଅନୁଷ୍ଠିତ ହେବା ପାଇଁ ସହମତି କ୍ରମେ ନିଷ୍ପତ୍ତି ହୋଇଛି ।ପୁରାଣ  ପ୍ରସିଦ୍ଧ ପବିତ୍ର ମହେନ୍ଦ୍ରଗିରିରୁ ମଶାଲ ଜ୍ୟୋତି ଅଣାଗଲା ପରେ ମାଛମରା ଛକ ଠାରୁ ଏହା ବ୍ଲକ ସଦର ମହକୁମାକୁ ଅଣାଯାଇ ମହୋତ୍ସବ ଶୁଭାରମ୍ଭ କରାଯିବ। ଏଥିପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା।ଏଥି ସହ ବ୍ୟୟ ଅଟକଳ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳର କଳା ଓ ସଂସ୍କୃତି ପ୍ରଦର୍ଶନ ସହ ଜଣାଶୁଣା ତାରକା କଳାକାରଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିବେଷଣ କରାଯାଇ କିଭଳି ଅତ୍ୟନ୍ତ ଆକର୍ଷଣୀୟ ହୋଇପାରିବ ସେନେଇ ଆଲୋଚନାହୋଇଥିଲା । ଉକ୍ତ ବୈଠକରେ ବ୍ଲକ ବିଭାଗୀୟ ଅଧୂକାରୀ, ସମସ୍ତ ଯନ୍ତ୍ରୀ, ପଞ୍ଚାଯତ ପ୍ରତିନିଧୂ, ପିଇଓ, ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଦିନିଆ ଉତ୍ସବରେ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାର ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ କହିଛନ୍ତି।

Related posts

କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ଜଣଙ୍କୁ ନିର୍ମମ ହତ୍ୟା

mahabharatanews

ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଲେ ପ୍ରବାସୀ ଶ୍ରମିକ

mahabharatanews

 ଆଦିବାସୀ ଅଧ୍ୟୁଷିତ ଗାଁକୁ ପୋଷ୍ୟଭାବେ ଗ୍ରହଣ କଲେ ଗଜପତି ଏସପି

mahabharatanews