ଓଡିଶା

ଆଦିବାସୀ ବସ୍ତିରେ ନୂଆବର୍ଷ,ଶୀତବସ୍ତ୍ର ବାଣ୍ଟିଲେ ସମାଜସେବୀ

ନୂଆବର୍ଷକୁ ବିଭିନ୍ନ ଢଙ୍ଗରେ ଲୋକେ ପାଳନ କରୁଥିବା ବେଳେ, ଭୋଜି-ଭାତ,ନାଚ-ଗୀତ ଏବଂ ସଭା-ସମାବେଶ ଠାରୁ ଦୂରରେ ରହି ସମାଜର ସବୁଠାରୁ ତଳ ସ୍ତରରେ ରହୁଥିବା ଆଦିମ ଜନଜାତିର ଲୋକମାନଙ୍କୁ ଭେଟି ସେମାନଙ୍କ ସହିତ ନୂଆବର୍ଷ ପାଳନ କରିଥିଲେ କୁହୁଣ୍ଡା ପଞ୍ଚାୟତର ସଚେତନ ଯୁବକ ମାନେ l ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ଆଦିବାସୀ ବସ୍ତିରେ ଦୀର୍ଘ ୬ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଖୋଲା ଆକାଶ ତଳେ ଝାଟିମାଟି କୁଡ଼ିଆରେ ଜୀବନ ବଂଚୁଥିବା ପରିବାର ଗୁଡିକୁ ଭେଟି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ସାମାଜିକକର୍ମୀ ଅଖିଳେଶ ମହାନ୍ତି । କଲ୍ୟାଣପୁର ଆଦିବାସୀ ବସ୍ତି, କୁମୁଡାହାଟ କେଳାସାହି ଏବଂ ହଂସଦିଆ ବାବାମଣିଙ୍କ ପୀଠ ନିକଟରେ ରହୁଥିବା ଅସହାୟ ବୃଦ୍ଧ, ବୃଦ୍ଧା, ରୋଗଗ୍ରସ୍ତ ବିଭିନ୍ନ ଲୋକମାନଙ୍କ ପାଖରେ ପହଂଚି ଥିଲେ ଏହି ସଚେତନ ଯୁବକମାନେ l ସାମାଜିକକର୍ମୀ ଅଖିଳେଶ ମହାନ୍ତିଙ୍କ ନେତୃତ୍ୱରେ ଯୁବ ସଂଗଠକ କ୍ଷୀରୋଦ ଦାଶ, ରାକେଶ ବିଶ୍ୱାଳ, ସୌମ୍ୟ ରଞ୍ଜନ ଦାସ, ମାନସ କୁମାର ବେହେରା, ଜିତେନ୍ଦ୍ର ସାହୁ,ମନୋରଞ୍ଜନ ଲେଙ୍କା, ସୋମନାଥ ସାମଲ, ତୁଷାରକାନ୍ତ ମହାନ୍ତି,ଅବଦୁଲ ହମିଦ ପ୍ରମୁଖ କୁହୁଣ୍ଡା ପଞ୍ଚାୟତର ୩ ଟି ଆଦିବାସୀ ବସ୍ତିରେ ପହଂଚି ଏହି ଜନଜାତିର ଦୁସ୍ଥ ଲୋକମାନଙ୍କୁ ଭେଟିଥିଲେ l

ଅତ୍ୟନ୍ତ ନିରାଡ଼ମ୍ବର ଭାବେ ଜୀବନ ଯାପନ କରିଆସୁଥିବା ଏହି ଆଦିବାସୀ ଲୋକମାନେ ବେଶ ଖୁସି ଅନୁଭବ କରିବା ଦେଖିବାକୁ ମିଳିଥିଲା l ବିକାଶ ଠାରୁ ବହୁ ପଛରେ ପଡ଼ିଥିବା ଏହି ଜନଜାତି ବସ୍ତିର ବୃଦ୍ଧ ବୃଦ୍ଧା ମାନଙ୍କୁ ନୂଆ ବର୍ଷରେ ଶୀତବସ୍ତ୍ର ଯୋଗାଇ ଦିଆଯାଇଥିବାରୁ,ଏଭଳି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି l

Related posts

ହିଞ୍ଜିଳି ପୁଲିସ ପକ୍ଷରୁ କରୋନା ସଚେତନତା ରାଲି

mahabharatanews

ପକ୍କା ଘର କେଳେଙ୍କାରୀ,ହାତେଇଛନ୍ତି ସରକାରୀ ଯୋଜନା

mahabharatanews

ବାସୁଦେବପୁର ଯୁବ ଆର୍ଯ୍ୟ ସମାଜ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

mahabharatanews