ଓଡିଶା

ଲୋକସେବା ଭବନରେ ରିଲ୍ସ କଲେ ହେବ ଆକ୍ସନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର : ରିଲ୍ସ ନିଶାରେ ଆଜିର ନୂଆ ପିଡ଼ି। ଘର ହେଉ ବା ମନ୍ଦିର ସବୁଠି ରିଲ୍ସ କରିବାରେ ବ୍ୟସ୍ତ । ତେବେ ଲୋକସେବା ଭବନ ସମ୍ମୁଖରେ କରାଯାଇଥିବା ମାଳ ମାଳ ରିଲ୍ସକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠି ରିଲ୍ସ କରିବାର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Odisha Lok Seva Bhavan Garden To Open For Public From Jan 11

ଲୋକସେବା ଭବନରେ ରିଲ୍ସ କରିବା ଉପରେ ଗାଇଡ୍‌ ଲାଇନ୍‌ ଆଣିବ ଗୃହ ବିଭାଗ । ଲୋକସେବା ଭବନରେ ରିଲ୍ସ କରିବା ଠିକ୍‌ କଥା ନୁହେଁ । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷା କର୍ମୀଙ୍କୁ ତାଗିଦ୍‌ କରିବ । ଯଦି କେହି ରିଲ୍ସ କରିବେ ଲୋକସେବା ଭବନର ସୁରକ୍ଷା କର୍ମୀ ଓ ପୋଲିସ ବିଭାଗ ପଦକ୍ଷେପ ନେବେ । ଏନେଇ ଗୃହ ବିଭାଗ ଗାଇଡ୍‌ ଲାଇନ୍‌ ଆଣିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related posts

ନେତୃତ୍ୱଙ୍କ ଉପରେ କମୁଛି ଭରସା, ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

mahabharatanews

ଆସନ୍ତୁ ଜାଣିବା ଦୀପାବଳି ସୂର୍ଯ୍ୟପରାଗ ଦିନ କଣ କରିବେ

mahabharatanews

ବନ୍ଦ ହେଲା ଆଉ ୪ଟି ଗେଟ, ୧୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ 

mahabharatanews