ଓଡିଶାସ୍ୱାସ୍ଥ୍ୟ

ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା

ରାଜ୍ୟରେ ସୋମବାର ଠାରୁ ୨ ଘଣ୍ଟା ଓପିଡି ବନ୍ଦ ରହିବ । ଏଭଳି ଚରମ ନିଷ୍ପତ୍ତି ନେଇଛି ଓମସା । ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ । ଏସ୍‌ସିିବି, ବୁର୍ଲା ଏବଂ ବ୍ରହ୍ମପୁର ଭେଷଜ ମହାବିଦ୍ୟାଳୟର କନିଷ୍ଠ ଡାକ୍ତର ଓମ୍‌ସା ଦାବିକୁ ସମର୍ଥନ କରିଛନ୍ତି । ସରକାର ଏଦିଗରେ କୌଣସି ନିଷ୍ପତ୍ତି ନନେଲେ ଓମସା ପ୍ରତିବାଦରେ ସାମିଲ ହେବେ କନିଷ୍ଠ ଡାକ୍ତର । ଅନ୍ୟପକ୍ଷରେ ଦୈନିକ ସକାଳ ୯ଟାରୁ ୧୧ଟା ଓପିଡି ବନ୍ଦ ହେବା ଯୋଗୁଁ ସ୍ଥିତି ବିଗିଡ଼ିବ । ରୋଗୀ ସେବା ବ୍ୟାହତ ହେବ ।

Outpatient Department - OPD Services in Prayagraj | ID: 20713996233

୧୪ ତାରିଖ ସୁଦ୍ଧା ସରକାର ଦାବି ଉପରେ କୌଣସି ପଦକ୍ଷେପ ନନେଲେ ପରବର୍ତ୍ତୀ ସମୟରେ ଉଭୟ ସକାଳେ ଏବଂ ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା । ତେବେ ଏ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ସେପଟେ ରାଜ୍ୟ ସରକାର ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିଛି । ଶୀଘ୍ର କମିଟି ବୈଠକ ବସି ଏନେଇ ଆଲୋଚନା କରିବା ପରେ ରିପୋର୍ଟ ଦେବ । ୧୦ ଦଫା ଦାବି ନେଇ ଓମସା ପକ୍ଷରୁ ଗତ ଡିସେମ୍ବର ୨୬ ତାରିଖରୁ ଘଣ୍ଟିକିଆ ଓପିଡି ବନ୍ଦ ଡାକରା ଦିଆଯାଇଥିଲା ଏବଂ ଆଜିଠୁ ଏହାକୁ ଦୁଇ ଘଣ୍ଟାକୁ ବଢାଯାଇଛି ।

Asarwa Civil Hospital's OPD building to get a makeover

Related posts

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା 

mahabharatanews

ଭୁଶୁଡ଼ିଲା ବିମାନବନ୍ଦରର ନିର୍ମାଣଧୀନ ଛାତ, ସିବିଆଇ ତଦନ୍ତ ଦାବୀ କଲା କଂଗ୍ରେସ

mahabharatanews

ଚିନ୍ତା ବଢ଼ାଇଛି ସାଇବର ଠକ , ଲୁଟିନେଲେଣି କୋଟିରୁ ଅଧିକ ଟଙ୍କା

mahabharatanews