ଓଡିଶା

ଭୋଳାନାଥ ବିଦ୍ୟାପୀଠରେ ଉଦଘାଟିତ ହୋଇଛି ୧୦ ଦିନିଆ ଶ୍ରୀକ୍ଷେତ୍ର ପୁସ୍ତକ ମେଳା…

ଉଦଘାଟିତ ହୋଇଛି ଭୋଳାନାଥ ବିଦ୍ୟାପୀଠ ପରିସରରେ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା। ଏହି ପୁସ୍ତକ ମେଳାକୁ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ୧୦ ଦିନିଆ ପୁସ୍ତକ ମେଳା ବ‌ହି ପଢ଼ିବା ଅଭ୍ୟାସକୁ ପୁନର୍ବାର ଉଜ୍ଜୀବିତ କରିବ ବୋଲି କହିଛନ୍ତି।ଏହି ଅବସରରେ କମିଟିର ମୁଖପତ୍ର ‘ବହିବିଚିତ୍ରା’, ଭଗବାନ ଦାଶଙ୍କ ରଚିତ ପୁସ୍ତକ ‘ସମୟ ସବୁ ବଦଳାଇଦିଏ’, ଡ. କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ରଚିତ ପୁସ୍ତକ ‘ଓଡ଼ିଆ ବ୍ୟାକରଣବୋଧ’, ତ. ଅର୍ଜନା ଆଚାର୍ଯ୍ୟଙ୍କ ରଚିତ ପୁସ୍ତକ ‘ନୀରବତାର ରାଗିଣୀ”, ଜାନକୀ ବଲ୍ଲଭ ଦାଶଙ୍କ ରଚିତ ପୁସ୍ତକ ‘ବିଦୀର୍ଣ୍ଣ ଆକାଶ’, ଶ୍ରୀକାନ୍ତ ମହାନ୍ତିଙ୍କ ସମ୍ପାଦିତ ସଂକଳନ ‘ଅମୃତ ଅନୁଭବ’ ଉନ୍ମୋଚିତ ହୋଇଛି। ପୁସ୍ତକ ମେଳା କମିଟି ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦ୍‌ଘାଟନୀ ସମାରୋହରେ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶତ୍ରରୁ ପାଣିଗ୍ରାହୀ ମୁଖ୍ୟ ଅତିଥି, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ସତ୍ୟବାଦୀ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ ।

Related posts

ଓଡିଶାରେ ପୁଣି ୯ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ପରେ ଲୁଟ୍, ୧ ମୃତ

mahabharatanews

ନେତୃତ୍ୱଙ୍କ ଉପରେ କମୁଛି ଭରସା, ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

mahabharatanews