ଓଡିଶା

ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି

ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି। GA &PG  ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ।  ଏଣିକି ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଣ୍ଡିଂ ପରମିସନ୍ ବା ସ୍ଥାୟୀ ଅନୁମତି ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ UPSC, OPSC, SSB, OSSC ଏବଂ OSSSC ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ। ପୂର୍ବରୁ ପ୍ରତିଟି ଆବେଦନ ପାଇଁ ପୃଥକ ଭାବେ NOC ନେବା ପ୍ରକ୍ରିୟା ବେଶ୍ ସମୟସାପେକ୍ଷ ଥିଲା। ରୁଟିନ୍ କାମରେ ଅନାବଶ୍ୟକ ଫାଇଲ୍ କାମ ବଢ଼ୁଥିଲା। ତେବେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ଏବଂ ହେଡକ୍ୱାର୍ଟର ଛାଡ଼ିବା ପାଇଁ ଅନୁମତି ନେବା ବାଧ୍ୟତାମୂଳକ। ଏଥିପାଇଁ ଆଡମିଟ୍ କାର୍ଡ ଦେଖାଇବାକୁ ପଡ଼ିବ। ନୂଆ ଚାକିରିରେ ଚୟନ ହେବା ପରେ, ବର୍ତ୍ତମାନର ପଦବୀରୁ ଅବ୍ୟାହତି ପାଇବା ପାଇଁ ବିଧିବଦ୍ଧ ଭାବେ ବିଭାଗର ଅନୁମତି ଲୋଡ଼ାହେବ। କିନ୍ତୁ ସରକାର ଚାହିଁଲେ କୌଣସି କର୍ମଚାରୀଙ୍କୁ ରିଲିଭ୍ କରିବାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି।

Related posts

10 ବର୍ଷରେ ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ବିଭାଗର 130 ଯନ୍ତ୍ରୀ

mahabharatanews

ବୟାନବାଜି କରିବାକୁ ବିରୋଧ କଲେ ଲାଲୁ

mahabharatanews

ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ, ସର୍ବସାଧାରଣ ଦର୍ଶନ ବନ୍ଦ

mahabharatanews