ଦେଶ ବିଦେଶ

ପଶ୍ଚିମବଙ୍ଗରେ କ୍ରମଶଃ ଉଷ୍ମ ହେବାରେ ଲାଗିଛି ରାଜନୈତିକ ପରିବେଶ

ପଶ୍ଚିମବଙ୍ଗରେ କ୍ରମଶଃ ଉଷ୍ମ ହେବାରେ ଲାଗିଛି ରାଜନୈତିକ ପରିବେଶ । ପଶ୍ଚିମବଙ୍ଗର ପୁଲିସ୍‌ ମୁଖ୍ୟ ବା ଡିଜିପି ରାଜୀବ କୁମାରଙ୍କୁ ନିଲମ୍ବନ କରିବା ପାଇଁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା ଆଇ-ପିଏସି ଉପରେ ଇଡିର ଚଢାଉକୁ ନେଇ ବିବାଦ ମଧ୍ୟରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ନିଲମ୍ବନ କରିବା ପାଇଁସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସିରେ ହୋଇଥିବା ରେଡ ସଂକ୍ରାନ୍ତ ସୁପ୍ରିମ ଶୁଣାଣି ପୂର୍ବରୁ ଇଡି ଡିଜିପି ରାଜବୀ କୁମାରଙ୍କ ବିରୋଧରେ ଆବେଦନ କରିଛି। ସୁପ୍ରିମକୋର୍ଟ ଗୁରୁବାର ଆଇ-ପିଏସି ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ସହିତ ଜଡିତ ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି । ଇଡି ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଗତ ସପ୍ତାହରେ ଇଡି ଆଇ-ପିଏସି ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘରେ ରେଡ କରିବା ବେଳେ ରାଜୀବ କୁମାର ଓ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରିଥିଲେ ବୋଲି ଇଡି ଅଭିଯୋଗ କରିଛି। ଆଗାମୀ ବେଙ୍ଗଲ ନିର୍ବାଚନ ପାଇଁ କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ଆଇପିଏସିକୁ ନିଜର ପରାମର୍ଶଦାତା ଭାବେ ନିଯୁକ୍ତ କରିଛି।

ଆବେଦନରେ ଅନୁରୋଧ କରାଯାଇଛି, କାର୍ମିକ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଉ । ୨୦୨୬ ଜାନୁଆରି ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨,୭୪୨ କୋଟି ଟଙ୍କାର କୋଇଲା ଚୋରି ଦୁର୍ନୀତି ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାର ଅଂଶ ସ୍ୱରୂପ କୋଲକାତାରେ ଥିବା ଆଇ-ପିଏସି କାର୍ଯ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନରେ ଚଢଉ କରିଥିଲା। ନିର୍ବାଚନର ଠିକ ପୂର୍ବରୁ ଆଇପିଏସି ଉପରେ ଇଡି ରେଡକୁ ମମତା ଓ ଟିଏମସି ବିରୋଧ କରିଛନ୍ତି। ଏହା ବିରୋଧରେ ଇଡି ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଆଜି ଏହାର ଶୁଣାଣି ଚାଲିଛି। ଏସବୁ ଭିତିରେ ଇଡି ବେଙ୍ଗଲ ପୁଲିସ ମୁଖ୍ୟ ରାଜୀବ କୁମାରଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିଛି। ଇଡି କହିଛି ଯେ କୋଲକାତା ପୁଲିସ୍‌ କମିଶନର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ଏକଦା ଧାରଣାରେ ବସିଥିଲେ। ଏବେ ସେ ଡିଜିପି ହେବା ସହ ଇଡି ରେଡରେ ବାଧା ସୃଷ୍ଟି କରିଛନ୍ତି। ଜାନୁଆରୀ ୮ ତାରିଖ ରେଡ ବେଳେ ସେ ଇଡି ଅଧିକାରୀମାନଙ୍କୁ ସେମାନଙ୍କ କାମ କରିବାକୁ ଦେଇ ନଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଇଡି ନିଜର ଆବେଦନରେ ଉଲ୍ଲେଖ କରିଛି।

Related posts

ବିଶ୍ବକପ ପୂର୍ବରୁ ହଠାତ ନେଲେ ଅବସର

mahabharatanews

ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା, ଓଡ଼ିଶା ପୋଲିସକୁ କଡ଼ା ନିର୍ଦ୍ଦେଶ

mahabharatanews

ଚଢାଉ ସାରି ଫେରୁଥିବା ଗଛକୁ ଧକ୍କା ଦେଲା ପୋଲିସ ଗାଡ଼ି, ସବଇନ୍ସପେକ୍ଟରଙ୍କ ମୃତ୍ୟୁ, ୫ ପୋଲିସ ଆହତ

mahabharatanews